ଭୁବନେଶ୍ୱର : ପୂର୍ବତଟ ରେଳପଥ ଅଧିକାରୀ କ୍ଲବ ସଭାଗୃହରେ ଗତକାଲି ବରିଷ୍ଠ କଥାକାର କୃପାସାଗର ସାହୁଙ୍କ ଇଂରାଜୀ ପୁସ୍ତକ ‘ରେଳ ରୋମାନ୍ସ’ ଉନ୍ମୋଚିତ ହୋଇଯାଇଛି। ୧୭ଟି ଓଡ଼ିଆ ଗଳ୍ପ ସମ୍ବଳିତ ଏହି ପୁସ୍ତକରେ ଶ୍ରୀ ସାହୁଙ୍କ ଭାରତୀୟ ରେଳପଥ ଟ୍ରାଫିକ ସେବାରେ ୩୪ ବର୍ଷର ଚାକିରି କାଳ ଭିତରର ବିଭିନ୍ନ ଅନୁଭୂତିକୁ ସ୍ଥାନ ଦିଆଯାଇଛି। ମୁମ୍ବାଇର ଲିଡଷ୍ଟାର୍ଟ ପବ୍ଲିସିଂ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ଥିବା କରମଣ୍ଡଳ ଏକ୍ସପ୍ରେସ୍ ଓ ଅନ୍ୟାନ୍ୟ ଗଳ୍ପକୁ ଅନୁବାଦ କରିଛନ୍ତି ବିଶିଷ୍ଟ ଅନୁବାଦିକା ପ୍ରିୟା ଭାରତୀ। ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ପ୍ରଫେସର ସତ୍ୟ ନାରାୟଣ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସାହୁଙ୍କ ଗପଗୁଡ଼ିକ ରେଳ ଜୀବନର ମାର୍ମିକ ଚିତ୍ର ବହନ କରୁଥିବାରୁ ହୃଦୟଗ୍ରାହୀ ହୋଇପାରିଥିବା ମତ ଦେଇଥିଲେ। ଏଥିରେ ଅନୁବାଦିକା ପ୍ରିୟା ଭାରତୀ ଯୋଗ ଦେଇ ଶ୍ରୀ ସାହୁଙ୍କ ଗଦ୍ୟ ସାହିତ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପ୍ରତ୍ୟେକ ରେଳ ଷ୍ଟେସନ ଗୋଟିଏ ଗୋଟିଏ ଗଳ୍ପ, ପ୍ରତ୍ୟେକ ରେଳଯାତ୍ରା ଗଳ୍ପ ଓ ଉପନ୍ୟାସର ଗନ୍ତାଘର ବୋଲି ଶ୍ରୀ ସାହୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଅଧ୍ୟକ୍ଷା ସୁମନା ଘୋଷ, ଅଧ୍ୟାପିକା ମାନିନୀ ଜେନା ଓ ଗାଳ୍ପିକା ଜୟନ୍ତୀ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅଧ୍ୟାପକ ଇକ୍ବଲ୍ ହୁସେନ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ନିରାକାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜୟ ଯୋଶୀ, ପ୍ରେମାନନ୍ଦ ନାୟକ ଓ ଡିପି ଲାଲ୍ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
କୃପାସାଗର ସାହୁଙ୍କ ‘ରେଳ ରୋମାନ୍ସ’ ଉନ୍ମୋଚିତ
/sambad/media/post_attachments/wp-content/uploads/2018/03/rail-romance.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)