ଭୁବନେଶ୍ୱର : ଅର୍ଥ ନିଗମ ଅଧ୍ୟକ୍ଷ ପଞ୍ଚାନନ ଦାଶଙ୍କର ପ୍ରଥମ ପୁସ୍ତକ ‘ଗୋଟହର୍ଡ଼ ଟୁ ଗଭର୍ଣ୍ଣର୍ାସ୍’ ଉନ୍ମୋଚିତ ହୋଇଛି। ପିଲାଦିନେ ପରିବାରର ଅଭାବ ଯୋଗୁଁ କିଭଳି ସେ ଛେଳି ଜଗୁଥିଲେ ଏବଂ ଅଦମ୍ୟ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ସେ କିଭଳି ଏଠାରେ ପହଞ୍ଚିଥିଲେ, ସେ କଥା ଏଥିରେ ବର୍ଣ୍ଣିତ ହୋଇଛି। ଇଡ୍କଲ ଅଡଟୋରିୟମଠାରେ ଏଥିପାଇଁ ଆୟୋଜିତ ସମାରୋହରେ ପ୍ରସିଦ୍ଧ ସାହିତ୍ୟିକ ତଥା ପୂର୍ବତନ ସଚିବ ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଏହାକୁ ଉନ୍ମୋଚିତ କରିଥିଲେ। ତାଙ୍କ ସହ ଭାରତ ସରକାରଙ୍କ ପୂର୍ବତନ ସଚିବ ଡ. ରମେଶ ପଣ୍ଡା, ଆୟକର ଆୟୁକ୍ତ ଶରତ ଦାଶ ପ୍ରମୁଖ ଉପସ୍ଥିତ ରହି ଏଭଳି ଏକ ପ୍ରତିଭା ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହାକୁ ପ୍ରକାଶ କରିଥିବା ପେନ୍ଇନ୍ ବୁକ୍ସ୍ର ଶୁଭ୍ରାଂଶୁ ପଣ୍ଡା ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ କେତେକ ସଫଳ ଉଦ୍ୟୋଗୀ ମଧ୍ୟ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ। ଅଭାବରେ ରହି ଯୁବଗୋଷ୍ଠୀ କିଭଳି ସରକାରଙ୍କ ପଛରେ ନ ଦଉଡ଼ି ସଫଳ ଉଦ୍ୟୋଗୀ ହେବେ, ସେ ନେଇ ବାକି ଜୀବନ ଉତ୍ସର୍ଗ କରିବେ ବୋଲି ଶ୍ରୀ ଦାଶ କହିଥିଲେ।
ଛେଳି ଜଗାରୁ ପ୍ରଶାସନ ପର୍ଯ୍ୟନ୍ତ
/sambad/media/post_attachments/wp-content/uploads/2018/04/book.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)