ଭୁବନେଶ୍ବର : ୪୫ବର୍ଷରୁ ଅଧିକ ଲୋକମାନେ ଏଣିକି ଦ୍ବିତୀୟ ଡୋଜ୍ ଟିକା ନେବା ପାଇଁ ସ୍ଲଟ୍ ବୁକିଂ କରିବାକୁ ପଡ଼ିବନି। ଯେଉଁମାନେ ଯେଉଁଠି ପ୍ରଥମ ଡୋଜ୍ ଟିକା ନେଇଥିଲେ ସେମାନେ ସେଠାରେ ଦ୍ବିତୀୟ ଡୋଜ୍ ଟିକା ନେଇପାରିବେ। ପ୍ରଥମ ଡୋଜ୍ ନେବାର ୨୯ରୁ ୪୨ଦିନ ମଧ୍ୟରେ ଦ୍ବିତୀୟ ଡୋଜ୍ ମିଳିବ। କେବଳ ଟିକାଦାନ କେନ୍ଦ୍ରରେ ମୋବାଇଲ୍କୁ ଆସିଥିବା ମେସେଜ୍ କିମ୍ବା ପ୍ରଥମ ଡୋଜ୍ ଟିକା ସାର୍ଟିଫିକେଟ୍ ଦେଖାଇଲେ ଟିକା ଦିଆଯିବ। ଟିକାଦାନ କେନ୍ଦ୍ରକୁ ଅପରାହ୍ନ ୩ଟାରୁ ୬ଟା ମଧ୍ୟରେ ଯିବାକୁ ହେବ।
୪୫ବର୍ଷରୁ ଊର୍ଦ୍ଧ୍ବଙ୍କ ଦ୍ବିତୀୟ ଡୋଜ୍ ପାଇଁ ବୁକିଂ ଦରକାର ନାହିଁ
/sambad/media/post_attachments/wp-content/uploads/2021/05/vaccine-covid-aaa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)