ଭୁବନେଶ୍ବର : ଏମ୍ସରେ ୧୪୩୫ଜଣ ବୁଷ୍ଟର୍ ଡୋଜ୍ ନେଲେଣି। ସେଥିମଧ୍ୟରୁ ୭୦୦ଜଣ ବରିଷ୍ଠ ନାଗରିକ, ୭୦୦ ସ୍ବାସ୍ଥ୍ୟକର୍ମୀ ଏବଂ ୩୫ଜଣ କୋଭିଡ୍ ଯୋଦ୍ଧା ରହିଛନ୍ତି। କମ୍ୟୁନିଟି ମେଡିସିନ୍ ବିଭାଗର ଅତିରିକ୍ତ ପ୍ରଫେସର୍ ସ୍ବୟଂପ୍ରଜ୍ଞା ପରିଡ଼ାଙ୍କ ସୂଚନା ଅନୁସାରେ, ଓମିକ୍ରନ୍ ମୁକାବିଲାରେ ଉଭୟ କୋଭିସିଲ୍ଡ ଏବଂ କୋଭାକ୍ସିନ୍ ସକ୍ଷମ ହେଉଥିବା ଦେଖାଯାଉଛି। ତେଣୁ ଦ୍ବିତୀୟ ଡୋଜ କୋଭିଡ ଟିକା ନେଇଥିବା ବ୍ୟକ୍ତି ବୁଷ୍ଟର ଡୋଜ୍ ନେବା ଉଚିତ। ଯିଏ ଯେଉଁ ଟିକା ନେଇଥିବ, ସେ ବୁଷ୍ଟର୍ ଡୋଜ୍ରେ ମଧ୍ୟ ସେହି କମ୍ପାନିର ନେବ। ରାଜଧାନୀରେ କୋଭାକ୍ସିନ ଟିକା ଦିଆଯାଉଥିବାରୁ ତା’ର ବୁଷ୍ଟର ଡୋଜ ଏମ୍ସରେ ଉପଲବ୍ଧ ରହିଛି। ଷ୍ଟଡି ରିପୋର୍ଟ ଅନୁସାରେ, ଟିକା ନେବାର ୬ରୁ୯ ମାସ ପରେ ଆଣ୍ଟି ବଡ଼ି କମିଯାଏ। ତେଣୁ ଦ୍ବିତୀୟ ଟିକା ନେବାର ୯ ମାସ ପରେ ବୁଷ୍ଟର ଡୋଜ ନେବାକୁ ପରାମର୍ଶ ଦିଆଯାଉଛି। ଏହାପରେ ଆଣ୍ଟିବଡି ବଢ଼ିବ, କୋଭିଡ ମୁକାବିଲା ସଫଳତାର ସହିତ ହୋଇପାରିବ। ବୁଷ୍ଟର ଡୋଜ ନେବା ସମୟ ଆସିଗଲେ ମେସେଜ ମାଧ୍ୟମରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ସୂଚନା ମିଳୁଛି। ଯେଉଁମାନେ ମେସେଜ ପାଇନାହାନ୍ତି କିନ୍ତୁ ଦ୍ବିତୀୟ ଟିକା ନେବାର ୯ ମାସ ହେଲାଣି, ସେମାନେ ଦ୍ବିତୀୟ ଟିକାର ପ୍ରମାଣପତ୍ର ଦେଖାଇ ଏହି ଡୋଜ ନେଇ ପାରିବେ। ଏପରିକି ପ୍ରମାଣପତ୍ର ସଂକ୍ରାନ୍ତରେ ଅସୁବିଧା ଥିଲେ ମଧ୍ୟ ଏମ୍ସ ପକ୍ଷରୁ ତାଙ୍କୁ ସହଯୋଗ କରାଯାଉଛି ବୋଲି ସେ ପ୍ରଫେସର୍ ପରିଡ଼ା କହିଛନ୍ତି।
ଏମ୍ସରେ ୧୪୩୫ଜଣ ନେଲେଣି ବୁଷ୍ଟର୍ ଡୋଜ୍
/sambad/media/post_attachments/wp-content/uploads/2021/09/AIIMS-b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)