ମୁମ୍ବାଇ ଓଡ଼ିଶା ଭବନରେ ‘ବୋପାରାଣ ଢିଙ୍କି ଗିଳି’ ମଞ୍ଚସ୍ଥ

ଭୁବନେଶ୍ବର: ମୁମ୍ବାଇସ୍ଥିତ ଓଡ଼ିଶା ଭବନରେ ପବିତ୍ର ଉତ୍କଳ ଦିବସ ଅବସରରେ ଭୁବନେଶ୍ବରର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ଆରୋହଣ’ ପକ୍ଷରୁ ନାଟକ ‘ବୋପାରାଣ ଢିଙ୍କି ଗିଳି’ ମଞ୍ଚସ୍ଥ ହୋଇଯାଇଛି। ଡା. ଶୈଳେଶ୍ବର ନନ୍ଦଙ୍କ ରଚିତ ଓ ଇଂ ପ୍ରୀତିରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ଏହି ନାଟକ ସ୍ଥାନୀୟ ଓଡ଼ିଆ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲା।

ଅଞ୍ଜନ କୁମାର ସାହୁ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଉଷାକାନ୍ତ ପାଟ୍ଟଯୋଶୀ ମଞ୍ଚ ପରିଚାଳନା କରିଥିଲେ। ପୀୟୁଷ ରଞ୍ଜନ ପରିଡ଼ା, ନିରଞ୍ଜନ ବେହେରା, ଆଲୋକ ବେହୁରା, ରାଜେନ୍ଦ୍ର ନାଥ, ପ୍ରଫୁଲ୍ଲ ବାରିକ, ସଞ୍ଜିତ୍ ଦାସ, ରୀନା ଓ ବିନ୍ଦୁଙ୍କ ନିଖୁଣ ଅଭିନୟ ନାଟକଟିକୁ ଆହୁରି ରୋମାଞ୍ଚିତ କରିଥିଲା। ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟରେ ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଅନୁଷ୍ଠିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶା ଭବନର ସହକାରୀ ଆବାସିକ କମିସନର ସବ୍ୟସାଚୀ ପଣ୍ଡା ସଭାପତିତ୍ବ କରିଥିବା ବେଳେ ଆୟକର ବିଭାଗ ମୁଖ୍ୟ କମିସନର ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ଭବନ ଉପବିଭାଗ ଅଧିକାରୀ ସମୀକ୍ଷା ଦାଶ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର