ଭୁବନେଶ୍ବର: ପଳାଶୁଣୀ ଛକରେ ଏକ ବୋର୍ୱେଲ୍ ଡ୍ରିଲିଂ ମେସିନ୍ ଗାଡ଼ିର ତେଲ ଟାଙ୍କି ଫାଟିଯିବାରୁ ରାସ୍ତାରେ ଡିଜେଲ୍ ସୁଅ ଛୁଟିଥିଲା। ଫଳରେ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ତେଣୁ ରସୁଲଗଡ଼ ଛକ ଓ ପଳାଶୁଣୀ ଛକରେ ପ୍ରବଳ ଟ୍ରାଫିକ୍ ଜାମ୍ ହୋଇଥିଲା। ଅଗ୍ନିଶମ ବିଭାଗ ଟିମ୍ ରାସ୍ତାରେ ବାଲି ପକାଇବା ପରେ ଗାଡ଼ିମଟର ଯାତାୟାତ ହୋଇପାରିଥିଲା।
Naveen is upset: ବିବ୍ରତ ହୋଇଗଲେଣି ନବୀନ: ତଣ୍ଟିରେ ଲାଗିଛି ନିଲମ୍ବନ କଣ୍ଟା, ବରିଷ୍ଠଙ୍କ ଉପରେ ଭରସା ପାଇଲାନି
ସୂଚନା ଅନୁସାରେ ଆଜି ରାତି ପ୍ରାୟ ୮ଟା ସମୟରେ ଏକ ବୋର୍ୱେଲ୍ ଡ୍ରିଲିଂ ମେସିନ୍ ଗାଡ଼ି ପଳାଶୁଣୀ ଛକରେ ରସୁଲଗଡ଼ ଓଭରବ୍ରିଜରୁ ତଳକୁ ଖସୁଥିବା ବେଳେ ତେଲ ଟାଙ୍କି ଫାଟି ଯାଇଥିଲା। ଫଳରେ ରାସ୍ତାରେ ଡିଜେଲ ବନ୍ୟା ହୋଇଯାଇଥିଲା। ପଛରୁ ଆସୁଥିବା କିଛି ବାଇକ୍ ଆରୋହୀ ଗାଡ଼ି ସ୍ଲିପ୍ ହେବାରୁ ରାସ୍ତାରେ ପଡ଼ି ଆହତ ହୋଇଥିଲେ। ଅଗ୍ନିଶମବାହିନୀ ଗାଡ଼ିକୁ ରାସ୍ତାରୁ ହଟାଇବା ସହିତ କିଛି ସମୟ ପାଇଁ ରାସ୍ତା ବନ୍ଦ କରିଦେଇଥିଲେ। ଫଳରେ କଟକ ଆଡ଼କୁ ଯାଉଥିବା ଶହଶହ ଗାଡ଼ି ଅଟକି ରହିଥିଲା।
Tobacco: ରାଜ୍ୟରେ ନିଷିଦ୍ଧ ହେଲା ତମାଖୁ, ନିକୋଟିନ୍ଯୁକ୍ତ ସମସ୍ତ ଉତ୍ପାଦ: ପୂର୍ବରୁ ଗୁଟ୍ଖା ଏବେ ତମାଖୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/22/fhshfhshfhf-2026-01-22-03-41-17.jpg)