କଟକ: ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ବ୍ୟାଟେରି ଚାଳିତ ଦୁଇ ଚକିଆ ସ୍କୁଟର୍ ବାଉନ୍ସ ଇନ୍ଫିନିଟିର ଏକ ସୋ’ରୁମ୍ କଟକ ଗ୍ରାଣ୍ଡ ସିନେମା ହଲ୍ ନିକଟରେ ଆଜି ଉଦ୍ଘାଟିତ ହୋଇଯାଇଛି। ଏହାକୁ ପଟ୍ଟନାୟକ ଷ୍ଟିଲ୍ ଇଣ୍ଟରନ୍ୟାସନାଲ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ସମୀର କୁମାର ରଥ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଗ୍ରାଣ୍ଡ ସିନେମା ହଲ୍ ନିକଟରେ ୩ ହଜାର ବର୍ଗଫୁଟ୍ ପରିମିତ ବିଲ୍ଡିଂରେ ଅବସ୍ଥିତ ଏହି ସୋ’ରୁମ୍ କଟକର ପ୍ରଥମ ହୋଇଥିବା ବେଳେ କମ୍ପାନିର ଏହା ୬୪ତମ ସୋ’ରୁମ୍।
ଗୁଜରାଟ, କର୍ଣ୍ଣାଟକ, ତାମିଲନାଡ଼ୁ, ରାଜସ୍ଥାନ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, କେରଳ ଓ ପଶ୍ଚିମବଙ୍ଗରେ ପୂର୍ବରୁ ୬୩ଟି ସୋ’ରୁମ୍ ଖୋଲା ଯାଇଥିବା କମ୍ପାନିର ନିର୍ଦ୍ଦେଶକ ଶିବଶେଖର ସୂଚନା ଦେଇଛନ୍ତି। ଭୁବନେଶ୍ବର ରସୁଲଗଡ଼ଠାରେ ପୂର୍ବରୁ ଖୋଲାଯାଇଥିବା ସୋ’ରୁମ୍ରେ ବାଉନ୍ସ ଇନ୍ଫିନିଟି ବ୍ୟାଟେରି ଚାଳିତ ଗାଡ଼ିର ଚାହିଦା ବୃଦ୍ଧି ପାଉଥିବାରୁ କମ୍ପାନି ଅଞ୍ଜଳି ମୋଟର୍ସର ପରିଚାଳନା ନିର୍ଦ୍ଦେଶକ ଅଭିଷେକ ପାଣିଙ୍କୁ କଟକଠାରେ ଆଉ ଏକ ସୋ’ରୁମ୍ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।