ଭୁବନେଶ୍ବର: ଖଣ୍ଡଗିରି ଜାଗମରା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପ୍ରେମିକାର ଓଢ଼ଣୀରେ ଝୁଲି ଜଣେ ପ୍ରେମିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଜାଗମରାର ଏକ ଓୟ ରୁମ୍ ଭିତରୁ ପ୍ରେମିକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍।
ମୃତ ଯୁବକ ଜଣକ ହେଲେ ଦୁର୍ଗା ପ୍ରସାଦ ମିଶ୍ର। ତାଙ୍କ ଘର ନିଆଳି ଅଞ୍ଚଳରେ। ସୂଚନା ରହିଛି ଯେ ପ୍ରେମିକା ଗାଧୁଆଘରକୁ ଯାଇଥିବା ବେଳେ ପ୍ରେମିକ ନିଜ ଜୀବନ ହାରିଛନ୍ତି।
ସୂଚନାରୁ ପ୍ରକାଶ କି ଜନ୍ମଦିନ ପାଳିବା ପାଇଁ ସାଙ୍ଗମାନଙ୍କ ସହ ହୋଟେଲକୁ ଆସିଥିଲେ ଯୁବକ ଜଣକ। ହେଲେ ସକାଳୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ଦେଖିବାକୁ ପାଇଥିଲେ ଅନ୍ୟ ସାଙ୍ଗମାନେ। ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି।
ତେବେ ଆତ୍ମହତ୍ୟାର କାରଣ ଏଯାଏଁ ଜଣାପଡିନି। ଏ ନେଇ ସାଙ୍ଗମାନଙ୍କୁ ପଚରା ଉଚରା କରୁଛି ପୁଲିସ। ମୃତ ଯୁବକଙ୍କ ମୋବାଇଲ୍କୁ ଜବତ କରି ପୁଲିସ୍ ତଦନ୍ତ ଆରମ୍ଭ କରିଛି। ହେଲେ ମୃତ ଯୁବକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/02d19d53-ddff-4ab8-bc64-71949719064c.jpg)