ଶଠ ପ୍ରେମିକ ଗିରଫ

ମେଣ୍ଢାଶାଳ: ବିବାହ କରିବାର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିବା ଅଭିଯୋଗରେ ମେଣ୍ଢାଶାଳ ଫାଣ୍ଡି ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ପ୍ରେମିକା ଗର୍ଭବତୀ ହୋଇଯିବା ପରେ ତାଙ୍କଠାରୁ ଦୂରେଇ ଯାଇଥିବା ଶଠ ପ୍ରେମିକ ହେଉଛି ଭଦ୍ରକ ନାହାକାଣ୍ଡି ଗୋବିନ୍ଦପୁର ଗାଁର ମନୋଜ କୁମାର ପଣ୍ଡା(୨୯)। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ଏବଂ ଜାମିନ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ସୂଚନା ମୁତାବକ ମେଣ୍ଢାଶାଳସ୍ଥିତ ଏକ ଚିଙ୍ଗୁଡ଼ି କମ୍ପାନିରେ କେନ୍ଦ୍ରାପଡ଼ା ଥାଣ୍ଟିପାଳ ଅଞ୍ଚଳର ଲିଜା(ଛଦ୍ମନାମ)କାମ କରୁଥିଲେ। ସେ ମେଣ୍ଢାଶାଳରେ ଘରଭଡ଼ା କରି ରହୁଥିଲେ। ମନୋଜଙ୍କ ସହିତ ପ୍ରାୟ ୭ ବର୍ଷ ଧରି ସେ ପ୍ରେମ ସମ୍ପର୍କରେ ଥିଲେ। ତେଣୁ ମନୋଜ ତାଙ୍କୁ ଭେଟିବାକୁ ମେଣ୍ଢାଶାଳକୁ ଯିବାଆସିବା କରିଥାଏ। ଏହା ଭିତରେ ଲିଜା ଗର୍ଭବତୀ ହୋଇଥିବା ଜାଣି ମନୋଜ ଆଉ ଧରାଛୁଆଁ ଦେଇନଥିଲା। ପ୍ରତାରଣାର ଶିକାର ହେବା ନିଶ୍ଚିତ ହେବା ପରେ ଲିଜା ପୁଲିସର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର