‘ବ୍ରେଲ୍‌ ଲିପିର ଆଧୁନିକ ଶିକ୍ଷଣ ପଦ୍ଧତି ଓ ଲିଖନ ଶୈଳୀ’ ସମ୍ପର୍କିତ କର୍ମଶାଳା ଉଦ୍‌ଯାପିତ

ଭୁବନେଶ୍ୱର : ଡେରାଡୁନ୍‌ସ୍ଥିତ ଜାତୀୟ ଦୃଷ୍ଟିବାଧିତ ଦିବ୍ୟାଙ୍ଗଜନ ସଂସ୍ଥାନ ଓ ରାଜ୍ୟ ଦୃଷ୍ଟିବାଧିତ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ମିଳିତ ସହଯୋଗରେ ଅନୁଷ୍ଠିତ ‘ବ୍ରେଲ୍‌ ଲିପିର ଆଧୁନିକ ଶିକ୍ଷଣ ପଦ୍ଧତି ଓ ଲିଖନ ଶୈଳୀ’ ସମ୍ପର୍କୀୟ ସପ୍ତାହବ୍ୟାପୀ କର୍ମଶାଳା ଆଜି ଉଦ୍‌ଯାପିତ ହୋଇଯାଇଛି। ନୂଆଦିଲ୍ଲୀସ୍ଥିତ ଭାରତୀୟ ଜାତୀୟ ପୁନର୍ବାସ ପରିଷଦ, ପାଠ୍ୟକ୍ରମ ଅନୁଯାୟୀ ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକ୍‌ସ୍ତରରୁ ସ୍ୱତନ୍ତ୍ର ଶିକ୍ଷକମାନେ ଯୋଗ ଦେଇଥିଲେ। ଆଜିର ଉତ୍ସବରେ ରାଜ୍ୟ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଶାସନ ସଚିବ ଅମ୍ବିକା ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଶିରୀଶ ଚନ୍ଦ୍ର ଦାସ ଉପସ୍ଥିତ ଥିଲେ। ଅଧ୍ୟାପକ ପ୍ରେମାନନ୍ଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର