ବ୍ରହ୍ମ ଚେତନା ପରିଷଦ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ଭୁବନେଶ୍ୱର: ବ୍ରହ୍ମ ଚେତନା ପରିଷଦ, ଓଡ଼ିଶା ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବାସ କରୁଥିବା ବାସହରା ନିରାଶ୍ରୟମାନଙ୍କୁ କମଳ ବଣ୍ଟା ଯାଇଥିଲା। ଲିଙ୍ଗରାଜ ମନ୍ଦିରଠାରୁ ଆରମ୍ଭ କରି ରାମ ମନ୍ଦିର ରାସ୍ତା କଡ଼ରେ ରହୁଥିବା ଲୋକଙ୍କୁ ଏହି ସଂଘ ପକ୍ଷରୁ କମଳ ବଣ୍ଟା ଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଷଦର କର୍ମକର୍ତ୍ତା କିଶୋର କୁମାର ବେହେରା, କବି ସୁକାନ୍ତ ଚନ୍ଦ୍ର ନନ୍ଦ, ଡ. ବନବିହାରୀ ମିଶ୍ର, ସକିଲ ଭାଇ, ସନ୍ତୋଷ କୁମାର ମିଶ୍ର, ଦୂର୍ଗା ପ୍ରସାଦ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର