ଭୁବନେଶ୍ୱର: ସ୍ଥାନୀୟ ସହିଦନଗର ଶାଖାଠାରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ଇ-ଓବିସି) ସହ ପିଏନ୍‌ବି (ଇ-ୟୁଏନ୍‌ଆଇ)ର ଆନୁଷ୍ଠାନିକ ମିଶ୍ରଣ ଉତ୍ସବକୁ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଏ. ଉଦୟ ଭାସ୍କର ରେଡ୍ଡି ଉଦ୍‌ଘାଟନ କରିଛନ୍ତି। ଉନ୍ନତମାନର ଗ୍ରାହକ ସେବା ଯୋଗାଇ ଦେବା ଏହି ମିଶ୍ରଣର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ରେଡ୍ଡି ଏହି ଅବସରରେ ପ୍ରକାଶ କରିଥିଲେ। ଇ-ଓବିସି ସହ ଇ-ୟୁଏନ୍‌ଆଇର ମିଶ୍ରଣ ପରେ ପିଏନ୍‌ବି ସହିଦନଗର ଶାଖାର ମୋଟ ବ୍ୟବସାୟ ପରିମାଣ ୬୫୦ କୋଟି ଟଙ୍କାରେ ପହଞ୍ଚି ପାରିଛି।

Advertisment

ଏହି ପରିମାଣକୁ ହଜାରେ କୋଟି ଟଙ୍କାରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ସେ ବ୍ୟାଙ୍କର ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର ମଣ୍ଡଳର ମଣ୍ଡଳ ମୁଖ୍ୟ ଚିତ୍ତରଞ୍ଜନ ପୃଷ୍ଟି, କଟକ ମଣ୍ଡଳର ମଣ୍ଡଳ ମୁଖ୍ୟ ଜିତେନ୍ଦ୍ର ସ୍ୱାଇଁ, ଭୁବନେଶ୍ୱର ଅଞ୍ଚଳର ଅଡିଟ୍ ମୁଖ୍ୟ ଏଲ୍‌.କେ ମିଶ୍ର, ଭୁବନେଶ୍ୱର ଉପ-ମଣ୍ଡଳ ମୁଖ୍ୟ ବିଜୟ କୁମାର ମିଶ୍ର ଓ ଶାଖା ମୁଖ୍ୟ ଇର୍ସାଦ ଅହମ୍ମଦଙ୍କ ସମେତ ବ୍ୟାଙ୍କର ଅନେକ ଉଚ୍ଚ ପଦାଧିକାରୀ ଓ ଉଭୟ ଶାଖାର ଗ୍ରାହକମାନେ ଉପସ୍ଥିତ ଥିଲେ।