ଭୁବନେଶ୍ୱର: ବସ୍ରେ ଥିଲେ ୫୦ରୁ ଊର୍ଧ୍ୱ ଯାତ୍ରୀ। କଳ୍ପନା ଛକ ନିକଟରେ ବ୍ରେକ୍ ଫେଲ୍ ହୋଇଗଲା। ବସ୍ ନିୟନ୍ତ୍ରଣ ହରାଉଥିବା ଦେଖି ଡ୍ରାଇଭର୍ ଉଠିଯାଅ ବ୍ରେକ୍ ଫେଲ୍ ହୋଇଯାଇଛି ବୋଲି ଡାକ ଛାଡ଼ିଥିଲେ। ଏହା ଶୁଣି ବସ୍ ଭିତରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇଯାଇଥିଲେ। ବସ୍ର ଗତି ଏତେ ଜୋର୍ ଥିଲା ଯେ, ବାଟରେ ଏକ ଅଟୋକୁ ଧକା ଦେଲା। ଚାହୁଁଚାହୁଁ ବସ୍ଟି କଳ୍ପନା ଟ୍ରାଫିକ୍ ଛକ ନିକଟ ଗଛ କଡ଼ ଡିଭାଇଡର୍ରେ ପିଟି ହେଲା। ସୌଭାଗ୍ୟବଶତଃ କୌଣସି ଯାତ୍ରୀଙ୍କର ଏଥିରେ ବଡ଼ ଧରଣର କ୍ଷତି ହୋଇ ନଥିଲା। କିନ୍ତୁ ଯାତ୍ରୀମାନେ ଏତେ ଆତଙ୍କିତ ହୋଇଯାଇଥିଲେ ଯେ ଝରକା ବାଟେ ଡେଇଁ ପଡ଼ିଥିଲେ। ଏହା ଦେଖି କଳ୍ପନା ଛକ ନିକଟ ଅଗ୍ନିଶମ କାର୍ଯ୍ୟାଳୟରୁ କର୍ମଚାରୀମାନେ ବସ୍ ଭିତରୁ ଯାତ୍ରୀମାନଙ୍କୁ ବାହାର କରିଥିଲେ। ଆଜି ଅପରାହ୍ଣ ପ୍ରାୟ ସାଢ଼େ ୧୨ଟାରେ କଳ୍ପନା ଟ୍ରାଫିକ୍ ଛକରେ ଘଟିଥିଲା ଏହି ଦୁର୍ଘଟଣା। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ମଧ୍ୟାହ୍ନରେ ଶାରଳା ନାମକ ବସ୍ (ଓଆର-୦୨ଏଲ-୍୫୬୯୭) ପୁରୀରୁ ବରମୁଣ୍ଡା ଅଭିମୁଖେ ଆସୁଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୭ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତମାନେ ହେଲେ ଯାଜପୁର ଜିଲ୍ଲା ରଘୁନାଥ ନଗରର ରଶ୍ମିତା ସାହୁ (୨୦), ଭୁବନେଶ୍ୱର ସହିଦନଗର ଅଞ୍ଚଳର ବାସନ୍ତୀ ସାହୁ(୪୫), ଯାଜପୁର ଟାଉନ୍ର ଡାଳି ତରାଇ (୭୦), କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳର ଶ୍ରୀଧର ନାୟକ ( ୪୫), ଯାଜପୁର ଟାଉନ୍ର ମିନତି ତରାଇ(୩୮), ଯାଜପୁର ଜିଲ୍ଲା ଚାଷଖଣ୍ଡ ଅଞ୍ଚଳର ଭଗବତୀ ଦାସ( ୬୦), ଯାଜପୁର ଟାଉନ୍ର ବର୍ଷା ତରାଇ (୧୭)। ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଚାଳକ ଫେରାର ହୋଇଯାଇ ଥିଲା। ବଡ଼ଗଡ଼ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବସ୍କୁ ଜବତ କରି ଥାନାକୁ ଆଣିଥିଲା।
ବ୍ରେକ୍ ଫେଲ୍ ହୋଇ ମାଡ଼ିଗଲା ବସ୍ ୭ ଆହତ
/sambad/media/post_attachments/wp-content/uploads/2018/07/m13-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)