ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଏ। ଉଭୟ ମା’ ଓ ଶିଶୁ ପାଇଁ ସ୍ତନ୍ୟପାନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସ୍ତନ୍ୟପାନ ଦ୍ୱାରା ଶିଶୁର ଉପଯୁକ୍ତ ପୋଷଣ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଶିଶୁ ପାଇଁ ଏହା ଅମୃତ ଭାବେ ବିବେଚନା କରାଯାଏ। ଏହାସହ ମା’ର ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହିଥାଏ।
ମା’ ପାଇଁ ଉପାଦେୟତା:
ଏହା ଦ୍ୱାରା ମା’ର ଓଜନ ଠିକ୍ ରହେ ଓ ଉପଯୁକ୍ତ ସମୟରେ ଗର୍ଭଧାରଣ କରିଥାଏ। ଏହା ମା’କୁ ପ୍ରସବ ପରବର୍ତ୍ତୀ କେତେକ ଜଟିଳତାରୁ ସୁରକ୍ଷା ଦିଏ। ଶିଶୁକୁ ସ୍ତନ୍ୟପାନ କରାଇବା ଦ୍ୱାରା ତା’ ମନରେ ରହିଥିବା ଚାପ ଦୂର ହୁଏ, ମନ ପ୍ରଫୁଲ୍ଲ ରହିଥାଏ। ଏହାବ୍ୟତୀତ ସ୍ତନ କର୍କଟ ଭଳି ମାରାତ୍ମକ ରୋଗରୁ ମଧ୍ୟ ସୁରକ୍ଷା ମିଳିଥାଏ। ଯଦି ମା’ ଶିଶୁକୁ ସ୍ତନ୍ୟପାନ କରାଏ, ତେବେ ପରବର୍ତ୍ତୀ ୩-୬ ମାସ ମଧ୍ୟରେ ଗର୍ଭଧାରଣ ସମ୍ଭାବନା କମ୍ ହୋଇଥାଏ। ସ୍ତନ୍ୟପାନ କରାଇବା ଦ୍ୱାରା ମା’ର ଠିକ୍ ସମୟରେ ଋତୁସ୍ରାବ ହୋଇଥାଏ ଓ ରକ୍ତାଭାବ ଦେଖାଦିଏ ନାହିଁ।
ଶିଶୁ ପାଇଁ ଉପାଦେୟତା:
ଶିଶୁ ଜନ୍ମଲାଭର ପ୍ରଥମ ୬ ମାସ ପାଇଁ କେବଳ ସ୍ତନ୍ୟପାନ କରାଇବା ଦ୍ୱାରା ଶିଶୁ ଉପଯୁକ୍ତ ପୋଷଣ ପାଇଥାଏ। ମା’ କ୍ଷୀରରେ ରହିଥିବା ଉପାଦେୟତା ଶିଶୁକୁ କେତେକ ଜଟିଳ ରୋଗରୁ ସୁରକ୍ଷା ଦିଏ ଓ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ଜଣେ ମା’ ନିଜ ଶିଶୁକୁ ସ୍ତନ୍ୟପାନ କରାଇବାରେ ଅବହେଳା କରୁଥିବାର ଦେଖବାକୁ ମିଳୁଛି। ଏହା କରିବା ଉଚିତ ନୁହେଁ। ପରିବାରର ପ୍ରତ୍ୟେକ ସଦସ୍ୟ ଶିଶୁକୁ ଉପଯୁକ୍ତ ସ୍ତନ୍ୟପାନ କରାଇବା ଦିଗରେ ମା’କୁ ପ୍ରୋତ୍ସାହନ ଦେବା ଆବଶ୍ୟକ। ସନ୍ତାନ ଜନ୍ମ ପରବର୍ତ୍ତୀ ପର୍ଯ୍ୟାୟରେ ମା’ର ଉପଯୁକ୍ତ ଖାଦ୍ୟପେୟ ପ୍ରତି ଯତ୍ନ ନେବା ଉଚିତ।
ଡା. ଶିବାନୀ ଦେବୀ
ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଆମ୍ରି ହସ୍ପିଟାଲ
ଭୁବନେଶ୍ୱର, ମୋ: ୮୮୨୬୧୭୪୨୭୪
ସ୍ତନ୍ୟପାନ ଶିଶୁ ପାଇଁ ଅମୃତ
/sambad/media/post_attachments/wp-content/uploads/2022/08/26-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)