ବ୍ରିକ୍ସ ଆଲିଆନ୍ସ ଫୋରମ୍‌ ସମ୍ମିଳନୀରେ ଓଡ଼ିଶା ମହିଳା ଉଦ୍ୟୋଗୀଙ୍କ ଷ୍ଟଲ୍‌

ଭୁବନେଶ୍ୱର: ନୂଆଦିଲ୍ଲୀର ତାଜ୍‌ ପ୍ୟାଲେସ୍‌ ହୋଟେଲରେ ଆୟୋଜିତ ଦୁଇଦିନିଆ ବ୍ରିକ୍ସ ଆଲିଆନ୍ସ ଫୋରମ୍‌ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭୌଗୋଳିକ ସୂଚକାଙ୍କ (ଜିଆଇ) ଟ୍ୟାଗ୍‌ ହାସଲ କରିଥିବା ବିଭିନ୍ନ ରାଜ୍ୟର ହସ୍ତଶିଳ୍ପ ସାମଗ୍ରୀଗୁଡ଼ିକର ପ୍ରଦର୍ଶନୀ ଏଠାରେ କରାଯାଇଥିଲା। ଏଥିରେ ଓଡ଼ିଶାର ମହିଳା ଉଦ୍ୟୋଗୀ ଡ. ଅନିତା ସାବତଙ୍କ ଦ୍ୱାରା ଓଡ଼ିଶାରେ ଯେଉଁସବୁ ସାମଗ୍ରୀକୁ ଜିଆଇ ଟ୍ୟାଗ୍‌ ମିଳିସାରିଛି, ତାହାକୁ ଏକ ସ୍ୱତନ୍ତ୍ର ଷ୍ଟଲ ଜରିଆରେ ପ୍ରଦର୍ଶିତ କରାଯାଇଥିଲା। ଅନିତାଙ୍କ କୋଟପାଡ଼ ହ୍ୟାଣ୍ଡଲୁମ୍‌ ଫେବ୍ରିକ୍ସ ଷ୍ଟଲ୍‌ରେ ପ୍ରଦର୍ଶିତ ସାମଗ୍ରୀଗୁଡ଼ିକୁ ଦେଖିବା ପାଇଁ ବ୍ରିକ୍ସ ଦେଶର ପ୍ରତିନିଧିମାନଙ୍କ ପ୍ରବଳ ଭିଡ଼ ହୋଇଥିଲା।

ସମ୍ବନ୍ଧିତ ଖବର