ସପ୍ତସତୀ ମନ୍ଦିର ସମ୍ମୁଖ ଓଭରବ୍ରିଜ୍‌ କାମ ଆରମ୍ଭ : ଆଜିଠାରୁ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର: ସପ୍ତସତୀ ମନ୍ଦିର ସମ୍ମୁଖରେ ଅଧାପନ୍ତରିଆ ହୋଇ ପଡ଼ିଥିବା ଓଭରବ୍ରିଜ କାମ ପୁଣି ଥରେ ଜାତୀୟ ରାଜପଥ କର୍ତୃପକ୍ଷ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ଆସନ୍ତାକାଲି(ଗୁରୁବାର)ଠାରୁ କମିିସନରେଟ୍‌ ପୁଲିସ ପକ୍ଷରୁ ସେହି ଛକ ଦେଇ ଭାରୀଯାନ ଚଳାଚଳ ନେଇ କଟକଣା ଜାରି କରାଯାଇଛି। ଏହି କଟକଣା ଆସନ୍ତା ଜୁଲାଇ ୫ ତାରିଖ ପର୍ଯର୍୍ୟନ୍ତ ଜାରି ରହିବ। କମିସନରେଟ ପୁଲିସର ସୂଚନା ମୁତାବକ, ସକାଳ ୮ଟାରୁ ଦିନ ୧୧ଟା ଓ ସନ୍ଧ୍ୟା ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଚଣ୍ଡୀଖୋଲରୁ ଭୁବନେଶ୍ୱର ଆସୁଥିବା ଭାରୀଯାନଗୁଡ଼ିକ କଟକ ମଙ୍ଗୁଳି ଛକ ନିକଟରେ ଅଟକାଇ ଦିଆଯିବ। ଢେଙ୍କାନାଳ ପଟରୁ ଆସୁଥିବା ଭାରୀଯାନଗୁଡ଼ିକ ଚୌଦ୍ୱାର ଥାନା ଅଧୀନରେ ଥିବା ଧୂମାବତୀ ଛକ ନିକଟରେ ଅଟକାଇ ଦିଆଯିବ। ପୁରୀରୁ କଟକ ଆସୁଥିବା ଆସୁଥିବା ପର୍ଯ୍ୟଟନ ବସଗୁଡ଼ିକ ଧଉଳି ଥାନା ଅଧୀନ ଲିଙ୍ଗିପୁର ଛକରୁ ଦିଗ ପରିବର୍ତନ କରି ରବି ଟକିଜ, କଳ୍ପନା ଓ ରସୁଲଗଡ଼ ଛକ ଦେଇ ଭୁବନେଶ୍ୱରରେ ପହଞ୍ଚିବ। ସେହିପରି ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ କୁଆଖାଇ ବ୍ରିଜ୍‌ଟି ସଂପୂର୍ଣ୍ଣ ରୂପେ ବନ୍ଦ ରହିବ। କଟକରୁ ଭୁବନେଶ୍ୱର ଆସୁଥିବା ଯାନଗୁଡ଼ିକ ହଂସପାଳ ଛକ ନିକଟରୁ କୁଆଖାଇ ବ୍ରିଜ୍‌ର ବାମ ପାର୍ଶ୍ୱ ଦେଇ ଯିବେ। ସେମାନେ ହାଇଟେକ ଛକ, ନୂଆ ପୁରୀ ବାଇପାସ ସପ୍ତସତୀ ମନ୍ଦିର ସମ୍ନା ସର୍ଭିସ ରୋଡ୍‌ ହୋଇ ଭୁବନେଶ୍ୱରରେ ପହଞ୍ଚି ପାରିବେ। କଟକରୁ ପୁରୀ ଯିବାକୁ ଆସୁଥିବା ସମସ୍ତ ଯାନଗୁଡ଼ିକ ହଂସପାଳ ଛକରୁ କୁଆଖାଇ ବ୍ରିଜର ବାମ ପାର୍ଶ୍ୱରେ ନୂଆ ବାଇପାସ୍‌ ଧରିବେ। ସତ୍ୟବିହାର ପଟରୁ ଆସୁଥିବା ଗାଡ଼ିଗୁଡ଼ିକ ପଳାସୁଣୀ ବ୍ରିଜ୍‌ ନକଟରେ ନୂତନ ଭୂତଳ ରାସ୍ତା ଦେଇ ଭୁବନେଶ୍ୱର ଭିତରକୁ ଯାଇ ପାରିବେ। ଜରିପାଟଣା ପଟରୁ ଆସୁଥିବା ଗାଡ଼ିଗୁଡ଼ିକ ମଞ୍ଚେଶ୍ୱର ଗଡ଼ା ନିକଟରେ ଥିବା କୁଆଖାଇ ବ୍ରିଜ୍‌ର ତଳ ରାସ୍ତାରେ କଟକ-ଭୁବନେଶ୍ୱର ରାସ୍ତାରେ ଯାଇପାରିବେ। ପୁରୀ ନୂଆବାଇପାସ୍‌ ଦେଇ ଆସୁଥିବା ଯାନଗୁଡ଼ିକ ସପ୍ତସତୀ ମନ୍ଦିର ସମ୍ମୁଖରେ ଥିବା ସର୍ଭିସ ରାସ୍ତା ଦେଇ ଭୁବନେଶ୍ୱର ଭିତରକୁ ଯାଇପାରିବେ। ହଂସପାଳ ଛକ ନିକଟରୁ ପଳାସୁଣୀ ପର୍ଯ୍ୟନ୍ତ ଗାଡ଼ିର ବେଗ ଘଣ୍ଟାପ୍ରତି ୨୦ କିମିରେ ସୀମିତ ରହିବ। ପୁରୀ କେନାଲ ଛକଠାରୁ ପଳାସୁଣୀ ବ୍ରିଜ୍‌ ପର୍ଯ୍ୟନ୍ତ ରାସ୍ତା ଉପରେ କୌଣସି ଯାନ ରହିପାରବ ନାହିଁ ବୋଲି କମିସନରେଟ ପୁଲିସ ପକ୍ଷରୁ କଡ଼ା ନିୟମ କରାଯାଇଛି ବୋଲି ସହକାରୀ ପୁଲିସ କମିସନର୍‌ ହିମାଂଶୁ ଲାଲ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର