ଭୁବନେଶ୍ବର : କୋଭିଡ୍ ସଂକ୍ରମଣକୁ ରୋକିବା ଲାଗି ଯଥାସମ୍ଭବ ଥାନାକୁ ନ ଆସିବା ପାଇଁ ପୁଲିସ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏହାସହ ଥାନା ନମ୍ବର, ଡାଏଲ-୧୦୦ ଓ ଆଇଆଇସିଙ୍କ ସିୟୁଜି ନମ୍ବରରେ ଫୋନ୍ କଲ କରିବା ପାଇଁ ମଧ୍ୟ କୁହାଯାଇଛି। ଗତ ତିନି ଦିନ ଭିତରେ ବିଭିନ୍ନ ଥାନାକୁ ଫୋନ୍ ଯୋଗେ ୨୦ଟି ଅଭିଯୋଗ ଆସିଛି। ସବୁ ଅଭିଯୋଗ ଆଧାରରେ ପୁଲିସ୍ ମାମଲା ରୁଜୁ କରିଛି।
ମିଳିଥିବା ସୂଚନା ଅନୁସାରେ, ଏହି ଅଭିଯୋଗଗୁଡ଼ିକ ଖଣ୍ଡଗିରି, ନୟାପଲ୍ଲୀ, ଶ୍ରୀଲିଙ୍ଗରାଜ, ଲକ୍ଷ୍ମୀସାଗର, ସହିଦନଗର, ଜଟଣୀ, ଖାରବେଳନଗର ଆଦି ଥାନା ଅଞ୍ଚଳରୁ ଆସିଛି। ଗତ ୫ ତାରିଖରେ ପ୍ରଥମ ଦିନ ୧୩ଟି ଅଭିଯୋଗ ଆସିଥିଲା। ଦୁଇଦିନ ଭିତରେ ଆଉ ୭ଟି ଅଭିଯୋଗ ଆସି ପହଞ୍ଚିଛି। ଅଭିଯୋଗ ମଧ୍ୟରେ ବିଶେଷକରି ମାରପିଟ୍, ଘରୋଇ ହିଂସା, ନାବଳିକା ଅପରହଣ, ସାଇବର ଠକେଇ ଆଦି ରହିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Fir.jpg)