ଏମ୍ସରେ ଲାଗିଲା ଦଲାଲଙ୍କ ଫଟୋ

ଭୁବନେଶ୍ବର: ଖଣ୍ଡଗିରି ଥାନା ପୁଲିସ୍‌ ହାତରେ ଧରାପଡ଼ିଥିବା ୯ ଜଣ ଦଲାଲଙ୍କ ଫଟୋ ଆଜି ଏମ୍ସ ହସ୍ପିଟାଲରେ ଲଗାଯାଇଛି। ପ୍ରତ୍ୟେକଙ୍କ ଫଟୋ ତଳେ ସେମାନଙ୍କ ନାଁ ମଧ୍ୟ ରହିଛି। ଫଟୋକୁ ଭଲ ଭାବେ ଚିହ୍ନି ରଖିବାକୁ କହିଛନ୍ତି ଏମ୍ସ କର୍ତ୍ତୃପକ୍ଷ। ଏମାନଙ୍କ ମାୟାଜାଲରେ ନ ପଡ଼ିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ଚିହ୍ନଟ ଦଲାଲଙ୍କୁ ଆଉ ହସ୍ପିଟାଲ ପରିସରରେ ଭର୍ତି କରାଯିବ ନାହିଁ। ଯଦି ସେମାନଙ୍କୁ କେହି ବି ହସ୍ପିଟାଲ ପରିସରରେ ଦେଖେ, ତୁରନ୍ତ ପୁଲିସକୁ ଖବର ଦେବାକୁ କୁହାଯାଇଛି।

ଅନ୍ୟପକ୍ଷରେ ଗତକାଲି ପୁଲିସ ଗିରଫ କରିଥିବ ଏହି ୯ ଦଲାଲଙ୍କ ମଧ୍ୟରୁ ୪ଜଣ ପଶ୍ଚିମବଙ୍ଗର। ପଶ୍ଚିମବଙ୍ଗର ଲୋକଙ୍କୁ ଏହି ଦଲାଲମାନେ ଟାର୍ଗେଟ୍‌ କରୁଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି। ଏମ୍ସକୁ ଦଲାଲମୁକ୍ତ କରିବାକୁ ବରିଷ୍ଠ ଅଧିକାରୀମାନେ ଲାଗି ପଡ଼ିଛନ୍ତି। ଏ ସମ୍ପର୍କରେ ସିକ୍ୟୁରିଟି ଗାର୍ଡ ଓ ଅନ୍ୟ ଠିକା କର୍ମଚାରୀମାନଙ୍କୁ ମଧ୍ୟ ତାଗିଦ କରାଯାଇଛି।

ସମ୍ବନ୍ଧିତ ଖବର