ନଭେମ୍ବରରେ ଅପରେସନ୍ ହ୍ୱାଇଟ ସ୍ପାଇଡର୍‌: ୧.୬କୋଟିର ବ୍ରାଉନ୍‌ସୁଗାର ଜବତ, ୧୩ ଗିରଫ

ଭୁବନେଶ୍ବର : କମିସନରେଟ୍‌ ପୁଲିସର ‘ଅପରେସନ୍ ହ୍ବାଇଟ୍ ସ୍ପାଇଡର୍‌’ ଅଭିଯାନ କ୍ରମଶଃ ସଫଳ ହୋଇଚାଲିଛି। ନଭେମ୍ବରରେ ରାଜଧାନୀରୁ ୧ କେଜି ୬୨ଗ୍ରାମ୍‌ର ବ୍ରାଉନ୍‌ସୁଗା‌ର ଜବତ ହୋଇଛି। ଏହାର ବଜାର ମୂଲ୍ୟ ଏକ କୋଟି ୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିଭଳି ୧୨ କେଜି ୭ଶହ ଗ୍ରାମ ଗଂଜେଇ ଜବତ ହୋଇଛି। ମୋଟ ୧୩ ଜଣ ନିଶା ମାଫିଆଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୧୦ହଜାର ୫୭୦ଟଙ୍କା, ଗୋଟିଏ ବୋଲେରୋ, ୫ଟି ବାଇକ୍ ଓ ୮ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୧୫ରୁ ନଭେମ୍ବର ମାସ ଶେଷ ସୁଦ୍ଧା କମିସନରେଟ୍ ପୁଲିସର ଏହି ଅଭିଯାନ ବଳରେ ୩ କେଜିରୁ ଅଧିକ ବ୍ରାଉନ୍‌ସୁଗାର ଜବତ ହୋଇଥିବା ବେଳେ ୫୪ ଜଣ ନିଶା ମାଫିଆ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ପ୍ରାୟ ୫ଲକ୍ଷ ୨୫ହଜାର ଟଙ୍କା, ଗୋଟିଏ ବନ୍ଧୁକ, ୫ଟି ଜୀବନ୍ତ ଗୁଳି, ୮ଟି ଗାଡ଼ି ଓ ୨୨ଟି ମୋବାଇଲ ଫୋନ୍ ଜବତ କରାଯାଇଛି।

ସମ୍ବନ୍ଧିତ ଖବର