ଭୁବନେଶ୍ବର : ବ୍ରାଉନ୍ସୁଗାର କାରବାର ବେଳେ କ୍ୟୁଏଟି ଦୁଇ ବ୍ୟବସାୟୀଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୨୭୩ ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରିଛି। ଜବତ ବ୍ରାଉନ୍ସୁଗାରର ଆନୁମାନିକ ବଜାର ମୂଲ୍ୟ ୨୮ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁଇ ବେପାରୀ ବାଲେଶ୍ବର ଜଳେଶ୍ବରରୁ ବ୍ରାଉନ୍ସୁଗାର ନେଇ ରାଜଧାନୀ ଆସୁଥିଲେ। ଏହି ଖବର କ୍ୟୁଏଟି ହାତରେ ଲାଗିଥିଲା। ତେଣୁ କ୍ୟୁଏଟି ମୁଖ୍ୟ ଗୋପାଳ ଜେନାଙ୍କ ନେତୃତ୍ବରେ ଏକ ଟିମ୍ ମଞ୍ଚେଶ୍ବର ଥାନା ପଳାସୁଣି ଦୁର୍ଗାମଣ୍ଡପ ଛକରେ ଛକି ବସିଥିଲା। ସେମାନେ ପଳାସୁଣୀ ଛକ ଅତିକ୍ରମ କଲା ବେଳେ କ୍ୟୁଏଟି ଟିମ୍ ସେମାନଙ୍କୁ କାବୁ କରିଥିଲା।
କ୍ୟୁଏଟି ପଞ୍ଝାରେ ଦୁଇ ନିଶା ବେପାରୀ: ୨୮ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ
/sambad/media/post_attachments/wp-content/uploads/2021/10/03_10_2020-brown-sugar_20828439.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)