ଭୁବନେଶ୍ବର : ମଞ୍ଚେଶ୍ବର ଥାନା ପୁଲିସ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି। ସେ ହେଲା କଳାରାହଙ୍ଗ ତନ୍ତୀସାହି ଅଞ୍ଚଳର କୃଷ୍ଣଚନ୍ଦ୍ର ନାଥ(୨୭)। ପୁଲିସ ତା’ଠାରୁ ସାଢ଼େ ୧୦ ଗ୍ରାମ୍ର ବ୍ରାଉନ୍ସୁଗାର, ୨୩ ହଜାର ଟଙ୍କା ଓ ଗୋଟିଏ ମୋବାଇଲ୍ ଜବତ କରିଛି। ଜବତ ବ୍ରାଉନ୍ସୁଗାରର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଊର୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ଶନିବାର ବିଳମ୍ବିତ ରାତିରେ ବ୍ରାଉନ୍ସୁଗାର ଧରି କୃଷ୍ଣଚନ୍ଦ୍ର ହାଇଟେକ୍ ଛକ ନିକଟରେ ଗ୍ରାହକ ଅପେକ୍ଷାରେ ଥିବା ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା। କେନାଲ୍ ରୋଡ୍ ଅଞ୍ଚଳର ଏକ ଅନ୍ଧାରିଆ ସ୍ଥାନରେ କୃଷ୍ଣଚନ୍ଦ୍ର ବସିଥିବା ଦେଖି ପୁଲିସ୍ ତା’ ନିକଟକୁ ଯାଇଥିଲା। କିନ୍ତୁ ପୁଲିସକୁ ଦେଖି ସେ ଫେରାର୍ ହେବାକୁ ଉଦ୍ୟମ କରିଥିଲା। କିଛି ବାଟ ପିଛା କରିବା ପରେ ପୁଲିସ ତାକୁ କାବୁ କରି ନେଇଥିଲା।
ଲକ୍ଷେ ଟଙ୍କାର ବ୍ରାଉନ୍ସୁଗାର ଜବତ, ବେପାରୀ ଗିରଫ
/sambad/media/post_attachments/wp-content/uploads/2021/08/brown-sugar-aaa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)