ଖଣ୍ଡଗିରି ଅଞ୍ଚଳରୁ ୨୫ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ବର : ରାଜଧାନୀର ଖଣ୍ଡଗିରି ଥାନା ଅନ୍ତର୍ଗତ କଳିଙ୍ଗନଗର ଅଞ୍ଚଳରୁ ଆଜି ୨୫୪ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ହୋଇଛି । ଏହି ବ୍ରାଉନ ସୁଗାର ରଖିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି । ତା ନାଁ ମୁନା ସେଠୀ (୩୦) ଓ ସେ ଦଶପଲ୍ଲା ଅଞ୍ଚଳର ବୋଲି ଜଣାପଡ଼ିଛି ।

ମୁନା ନିକଟରୁ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହାଛଡ଼ା ତା’ ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ମାରୁତି ସୁଜୁକୀ ଡିଜାୟାର, ଗୋଟିଏ ବଜାଜ ପଲସର, ଗୋଟିଏ ୟାମା ସ୍କୁଟି, ୩ଟି ମୋବାଇଲ ଫୋନ,ଗୋଟିଏ ସୁନା ଚେନ, ନଗଦ ୧୨,୪୨୦ ଟଙ୍କା  ଜବତ ହୋଇଛି । ସୁନା ଚେନଟିର ଓଜନ ୩୨ ଗ୍ରାମ ହେବ ବୋଲି ଜଣାପଡ଼ିଛି । ଖଣ୍ଡଗିରି ଥାନାର ସବଇନ୍ସପେକ୍ଟର ମାନସ ରଞ୍ଜନ ମଲ୍ଲିକଙ୍କ ଅଭିଯୋଗ କ୍ରମେ ସବନ୍ସପେକ୍ଟର ସଂଜୟ କୁମାର ଷଣ୍ଢ ଏହି ମାମଲାର ତଦନ୍ତ ଚଳାଇଛନ୍ତି ।

ମୁନା ନାଁରେ ପୂର୍ବରୁ ମଧ୍ୟ ଭୁବନେଶ୍ବରର ବିଭିନ୍ନ ଥାନା ଯଥା ଖଣ୍ଡଗିରି, ନୟାପଲ୍ଲୀ, ଖାରବେଳ ନଗର ଥାନାରେ ବିଭିନ୍ନ ଅପରାଧିକ ମାମଲା ରହିଛି ।

ସମ୍ବନ୍ଧିତ ଖବର