ଭୁବନେଶ୍ବର: ନିଶା ବିରୋଧୀ ଅଭିଯାନରେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରୁ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ସମସ୍ତେ ବାଲେଶ୍ଵର ଅଞ୍ଚଳର ବୋଲି ଜଣାଯାଇଛି।
ଏହି ୩ ଅଭିଯୁକ୍ତ ୧୪୦୦ ଗ୍ରାମ ବ୍ରାଉନସୁଗାର ଜଳେଶ୍ଵର ଦେଇ ଭୁବନେଶ୍ୱର ଆସିବେ ବୋଲି ପୁଲିସ ପାଖରେ ଖବର ରହିଥିଲା। ପାର୍ବଣରେ ଡ୍ରଗ୍ସ କାରବାର ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ସେଇଥିପାଇଁ ଆରମ୍ଭ ହୋଇଛି ଅପରେସନ ହ୍ୱାଇଟ ସ୍ପାଇଡ଼ର। ପୂଜା ପାର୍ବଣକୁ ଆଖି ଆଗରେ ରଖି - ସ୍ପେସାଲ ଡ୍ରାଇଭ ଚାଲିଛି। ପରିବାରରେ ଯଦି ନିଜ ଛୁଆମାନେ ନିଶା ଖାଉଛନ୍ତି, ତେବେ ପୁଲିସକୁ ଖବର ଦେବାକୁ ଲୋକଙ୍କୁ ପୁଲିସ କମିସନରଙ୍କ ପକ୍ଷରୁ ନିବେଦନ କରାଯାଇଛି।
ବାଲିଅନ୍ତା ଅଞ୍ଚଳରୁ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ
/sambad/media/post_attachments/wp-content/uploads/2021/10/brownsugar-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)