୩ ନିଶା ବେପାରୀ ଗିରଫ : ୨୩.୩୫ ଗ୍ରାମ୍‌ ବ୍ରାଉନ ସୁଗାର, ୪ କେଜି ଗଞ୍ଜେଇ ଜବତ

୪ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ, ମହିଳା ଅଟକ, ବନ୍ଧା ହେଲା ଲୋକେଶ ପାଳ

ଭୁବନେଶ୍ବର : ଅଭ୍ୟା‌ସଗତ ନିଶା ବେପାରୀଙ୍କୁ ଧରିବା ପାଇଁ କମିସନରେଟ୍‌ ପୁଲିସ ଚଳାଇଥିବା ସ୍ବତନ୍ତ୍ର ଡ୍ରାଇଭ୍‌ରେ ଗତକାଲି ୧୩ଜଣ ଗିରଫ ହୋଇଥିବା ବେଳେ ଆଜି ୩ ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଲକ୍ଷ୍ମୀସାଗର ଥାନା ଅଞ୍ଚଳର ତୁଳସୀ ଦାସ, ମଞ୍ଚେଶ୍ବର ଥାନା ଅଞ୍ଚଳର ସୁଶାନ୍ତ ଦାସ ଓ ସହିଦ ନଗର ଥାନା ଅଞ୍ଚଳର ଶରତ ସାହୁ। ତୁଳସୀ ଠାରୁ ୮.୩୫ ଗ୍ରାମ୍‌ ବ୍ରାଉନ ସୁଗାର ଓ ୧୯୦୭ ଟଙ୍କା ଜବତ ହୋଇଥିବା ବେଳେ ସୁଶାନ୍ତ ଠାରୁ ୪.୬୨୫ କେଜି ଗଞ୍ଜେଇ ଓ ଶରତ ଠାରୁ ୧୫ ଗ୍ରାମ୍‌ ବ୍ରାଉନ ସୁଗାର ଜବତ ହୋଇଛି। ଏଭଳି ବେପାରୀଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଡ୍ରାଇଭ୍‌ ଚାଲିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି।

୪ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ, ମହିଳା ଅଟକ

ଭୁବନେଶ୍ବର : ବ୍ରାଉନ୍‌ ସୁଗାର କାରବାର ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ମହିଳାଙ୍କୁ ଅଟକ ରଖିଛି। ତା’ଠାରୁ ୪ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ ହୋଇଛି। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ। ସୂଚନା ମୁତାବକ, ଦୀର୍ଘ ଦିନ ହେବ ମହିଳା ଜଣକ ବାଲେଶ୍ବରରୁ ବ୍ରାଉନ୍‌ ସୁଗାର ଆଣି ରାଜଧାନୀର ବିଭିନ୍ନ ସ୍ଥାନକୁ ପଠାଉଥିଲା। ମହିଳା ଜଣକ ଆଜି ଜଣେ ଯୁବକଙ୍କୁ ବ୍ରାଉନ୍‌ ସୁଗାର ଦେବା ପାଇଁ ଲକ୍ଷ୍ମୀସାଗର ଅଞ୍ଚଳର ଏକ ନିଛାଟିଆ ସ୍ଥାନକୁ ଡାକିଥିବା ବେଳେ ପୁଲିସ ସେଠାରେ ଚଢ଼ଉ କରି ମହିଳାକୁ କାବୁ କରିବା ସହ ବ୍ରାଉନ୍‌ ସୁଗାର ଜବତ କରିଥିଲା।

ବନ୍ଧା ହେଲା ଲୋକେଶ ପାଳ

ଭୁବନେଶ୍ବର : ସତ୍ୟନଗରର ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ପାଳ ବନ୍ଧା ହୋଇଛି। ଆଜି ସନ୍ଧ୍ୟାରେ ଖାରବେଳ ନଗର ଥାନା ପୁଲିସ ଚଢ଼ଉ କରି ତାକୁ ଉଠାଇ ଆଣିଛି। ତା’ ନାମରେ ନିଶା ବେପାର ନେଇ ଅଭିଯୋଗ ଥିବା ଜଣାପଡ଼ିଛି। ତା’ ଠାରୁ କିଛି ନିଶାଦ୍ରବ୍ୟ ସହ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ ହୋଇଥିବା କୁହାଯାଉଛି। ତା’ର ଅନ୍ୟ କେଉଁ ଥାନାରେ କିଛି ଅଭିଯୋଗ ଅଛି କି ନାହିଁ ତାହାର ତର୍ଜମା ଚାଲିଛି। ଆସନ୍ତାକାଲି କୋର୍ଟ ଚାଲାଣ ହେବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର