ଭୁବନେଶ୍ବର: ରାଜଧାନୀରେ ଛାଇ ହୋଇଗଲେଣି ଧଳା ଜହର ବେପାରୀ । କେବେ ବସ୍ତିରୁ ତ କେବେ ବସ୍ତାରୁ ଜବତ ହେଉଛି ଧଳା ଜହର। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରାଜଧାନୀର ରାଜରାସ୍ତାରେ ଖୋଲାଖୋଲି ଧଳା ଜହର କାରବାର କରୁଥିବା ଜଣେ ଭୁବନେଶ୍ବର ମହାନଗର ନିଗମ ( ବିଏମସି) କର୍ମଚାରୀଙ୍କୁ ଆଜି ଗିରଫ କରିଛି କମିସନରେଟ୍ ପୁଲିସ ।
ଆଜି ବିଏମସି ହସ୍ପିଟାଲ ନିକଟରେ ଧଳାଜହର କାରବାର ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଶ୍ରୀଲିଙ୍ଗରାଜ ଥାନା ପୁଲିସ ବିଏମସି କର୍ମଚାରୀ ଦିଲୀପ କୁମାର ବେହେରାଙ୍କ ଘରେ ଚଢାଉ କରିବା ପରେ ତାଙ୍କ ଠାରୁ ପ୍ରାୟ ୮୦ ହଜାର ଟଙ୍କାର ବ୍ରାଉନ ସୁଗାର ସହ ନଗଦ ୪୨ ହଜାର ଟଙ୍କା ଓ ୪୦ ଗ୍ରାମର ସୁନା ଗହଣା ଜବତ କରିଛି । ସେ ବିଏମସି କାର୍ଯ୍ୟାଳୟରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରନ୍ତି। ତେବେ ସେ କେଉଁଠୁ ଆଣି କାହାକୁ ବିକ୍ରି କରୁଥିଲେ ସେ ନେଇ ଅଧିକ ଖେଳତାଡ଼ କରୁଛି ପୁଲିସ।
ରାଜ୍ୟର ବିଭିନ୍ନ ସ୍ଥାନରୁ ଚୋରା ବେପାରୀମାନେ ଏହି ଧଳା ଜହର ଆଣି ଅବାଧରେ ଭୁବନେଶ୍ୱରରେ କାରବାର ଚଳାଇଛନ୍ତି । ଏ ନେଇ ନାର୍କୋଟିକ୍ କଣ୍ଟ୍ରୋଲ ବୋର୍ଡ, କମିସନରେଟ୍ ପୁଲିସ, ଭିଜିଲାନ୍ସ ଦୈନିକ ଚଢାଉ ଜାରି ରଖିଥିଲେ ବି ଚୋରା ନିଶା ବେପାରୀଙ୍କୁ ରୋକିବାରେ ସଫଳ ହୋଇପାରି ନାହିଁ ।
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ନେଇ ଏନସିବି ଖୋଳତାଡ କରିବା ପରେ ବଲିଉଡକୁ ଭୁବନେଶ୍ୱରରୁ ଗଂଜେଇ ଯାଉଥିବା କଥା ପଦାକୁ ଆସିବା ପରେ ରାଜ୍ୟରେ ନିଶା ଚୋରା କାରବାରରେ ଯେ ଏକ ବଡ ର୍ୟାକେଟର ସଂପୃକ୍ତି ରହିଛି ତାହା ସ୍ପଷ୍ଟ ହୋଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/bmc.png)