ରାଜଧାନୀରେ ଉତ୍ତରପ୍ରଦେଶ ବ୍ରାଉନ୍‌ସୁଗାର୍‌ ମାଫିଆ, ୨୫ଲକ୍ଷ ଟଙ୍କାର ଧଳାଜହର ଜବତ, ଜଣେ ଗିରଫ

ପୁରୁଣା ଭୁବନେଶ୍ୱର : ଉତ୍ତରପ୍ରଦେଶ ଛାଡ଼ି ଏବେ ରାଜଧାନୀରେ ଆଡ଼ା ଜମାଇଲେଣି ବ୍ରାଉନସୁଗାର ବେପାରୀ। ଉତ୍ତରପ୍ରଦେଶର ଜଣେ ବ୍ରାଉନସୁଗାର ମାଫିଆକୁ ଆଜି ଏୟାରଫିଲଡ୍‌ ଥାନା ପୁଲିସ୍‌ ସୁନ୍ଦରପଦା ହାଇଟେକ୍‌ ଛକରୁ ଗିରଫ କରିଛି। ସେ ହେଲା ଆନନ୍ଦ କୁମାର(୨୯)। ତା’ ନିକଟରୁ ପୁଲିସ ୨୫୪ ଗ୍ରାମ୍‌ର ବ୍ରାଉନସୁଗାର ସହ ନଗଦ ୭,୬୦୦ ଟଙ୍କା ଓ ମୋବାଇଲ ଜବତ କରିଛି। ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଆନନ୍ଦର ଘର ଉତ୍ତରପ୍ରଦେଶ ଇଟାୱା ଜିଲ୍ଲା ପଚାୟନ ଗାଁ ରବୋଲିରେ। ସେ ଏଠାରେ କାରଗିଲ ବସ୍ତିରେ ରହି ବ୍ରାଉନସୁଗାର କାରବାର ଚଳାଉଥିଲା। ବିଶେଷକରି କଲେଜ ପିଲାଙ୍କୁ ବ୍ରାଉନସୁଗାର ବିକ୍ରି କରୁଥିଲା ବୋଲି ପଚରାଉଚରା ବେଳେ ଜଣାପଡ଼ିଛି।

ଖାଲି ଆନନ୍ଦ ନୁହେଁ, ଏହା ପୂର୍ବରୁ କମିସନରେଟ୍‌ ପୁଲିସ୍‌ ଅନେକ ରାଜ୍ୟ ବାହାର ଅପରାଧୀଙ୍କୁ ଅପରେସନ୍‌ ହ୍ବାଇଟ୍‌ ସ୍ପାଇଡର୍‌ ଅଭିଯାନରେ ଗିରଫ କରିଛି। ଗତ ୧ ତାରିଖରେ ଏୟାରଫିଲ୍‌ଡ୍‌ ପୁଲିସ ଏକ ଫାଷ୍ଟଫୁଡ୍‌ରୁ ୨୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଥିଲା।

ସମ୍ବନ୍ଧିତ ଖବର