ଭୁବନେଶ୍ବର : ବ୍ରାଉନ୍ସୁଗାର କାରବାର ବେଳେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ସେ ହେଲା ନୟାଗଡ଼ ଶରଣକୁଳ ଅଞ୍ଚଳର ଅରବିନ୍ଦ ନାଏକ(୨୨)। ଏଠାରେ ନୂଆପଲ୍ଲୀ ନୂଆସାହି ଅଞ୍ଚଳରେ ରହୁଥିଲା। ପୁଲିସ ତା’ଠାରୁ ୪୨ ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରିଛି। ଏହାର ଅନୁମାନିକ ବଜାର ମୂଲ୍ୟ ସାଢ଼େ ୪ଲକ୍ଷ ଟଙ୍କା ହେବ। ସୂଚନା ମୁତାବକ, କିଛି ଦିନ ହେବ ଅରବିନ୍ଦ ଲକ୍ଷ୍ମୀସାଗର ଅଞ୍ଚଳରେ ବ୍ରାଉନ୍ସୁଗାର କାରବାର କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ୧୩ ତାରିଖ ଭୋର୍ରେ ଜଣେ ଗ୍ରାହକଙ୍କୁ ବ୍ରାଉନ୍ସୁଗାର ଦେବା ପାଇଁ ବମିଖାଲ ଓଭରବ୍ରିଜ୍ ହନୁମାନ ମନ୍ଦିର ନିକଟ ଏକ ଘରକୁ ଡାକିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସର ଏକ ଟିମ୍ ସେଠାରେ ଅତର୍କିତ ଭାବେ ଚଢ଼ଉ କରିଥିଲା। ପୁଲିସକୁ ଦେଖି ଅରବିନ୍ଦ ଖସିବାକୁ ଚେଷ୍ଟା କରିଥିଲେ ବି କିଛି ସମୟ ଦୌଡ଼ା ଧାଁ ପରେ ପୁଲିସ ତାକୁ କାବୁ କରିବା ସହ ବ୍ରାଉନ୍ସୁଗାର ଜବତ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଆଜି ତାକୁ କୋର୍ଟ ଚାଲାଣ କରିଛି।
ସାଢ଼େ ୪ ଲକ୍ଷର ବ୍ରାଉନ୍ସୁଗାର ଜବତ, ବେପାରୀ ଗିରଫ
/sambad/media/post_attachments/wp-content/uploads/2021/10/03_10_2020-brown-sugar_20828439.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)