ନିଶା ବେପାରୀ ନିକଟରୁ ଲକ୍ଷେ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ବର : ମଙ୍ଗଳବାର ସାଲିଆସାହି ଏକାମ୍ରବିହାର ବସ୍ତିରୁ ୫୯ଗ୍ରାମ୍ ବ୍ରାଉନସୁଗାର ଜବତ କରିବା ସହ ପୁଲିସ ୨ଜଣ ନିଶା ବେପାରୀ ରାଜେନ୍ଦ୍ର ନାୟକ ଓ ଜ୍ୟୋତିପ୍ରକାଶ ବେହେରାକୁ ଗିରଫ କରିଥିଲା। ତେବେ ବୁଧବାର ଦିନ ଜ୍ୟୋତିପ୍ରକାଶ ଠାରୁ ନୂଆପଲ୍ଲୀ ପୁଲିସ ଆଉ ୧୧ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହା ସହ ଅଭିଯୁକ୍ତ ପାଖରୁ ମୋବାଇଲ୍ ଓ ୫ଶହ ଟଙ୍କା ଜବତ କରିଛି।

ଜ୍ୟୋତିପ୍ରକାଶର ମୂଳ ଘର ବାଲେଶ୍ବର ହୋଇଥିବା ବେଳେ ସେ ଜଳେଶ୍ବରରୁ ବ୍ରାଉନ୍‌ସୁଗାର ଆଣି ରାଜେନ୍ଦ୍ରକୁ ଭୁବନେଶ୍ବରରେ ବିକ୍ରି କରୁଥିଲା। ରାଜେନ୍ଦ୍ର ସ୍ଥାନୀୟ ଭୁବନେଶ୍ବର ବଜାରରେ ବ୍ରାଉନସୁଗାର ବିକ୍ରି କରିବା ସହିତ ପୁରୀ ଓ ଖୋର୍ଦ୍ଧାକୁ ଧଳାଜହର ପଠାଉଥିଲା ବୋଲି ସେମାନଙ୍କୁ ଜେରା ବେଳେ ଜଣାପଡ଼ିଛି।

ସମ୍ବନ୍ଧିତ ଖବର