ପୁରୁଣା ଭୁବନେଶ୍ବର : ଶୁକ୍ରବାର ଅବକାରୀ ମୋବାଇଲ୍ ସ୍କ୍ବାଡ୍ ଓ ଭୁବନେଶ୍ବର ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରି ଏୟାର୍ଫିଲ୍ଡ ଥାନା କାର୍ଗିଲ୍ ବସ୍ତିରୁ ବ୍ରାଉନ୍ସୁଗାର ବେପାର କରୁଥିବା ଜଣେ ମହିଳାଙ୍କ ସମେତ ମାଲ୍ ଚାଲାଣ କରୁଥିବା ଜଣେ ଯୁବକକୁ ଗିରଫ କରିଛନ୍ତି। ଅଭିଯୁକ୍ତମାନେ ହେଲେ କାର୍ଗିଲ୍ ବସ୍ତିରେ ରହୁଥିବା ଖୋର୍ଦ୍ଧା ବେଗୁନିଆର ଗୀତା ରାଉତ ଓ ଲିଙ୍ଗରାଜନଗରର ରମେଶ ବେଉରା। ସେମାନଙ୍କଠାରୁ ୧୯୪ ଗ୍ରାମ୍ ବ୍ରାଉନ୍ସୁଗାର ଓ ଏକ ପଲସର୍ ବାଇକ୍(ଓଡି ୩୩ ଏମ୍-୮୩୦୨) ଜବତ କରାଯାଇଛି। ଏହାର ବଜାର ମୂଲ୍ୟ ୧୯ ଲକ୍ଷ ଟଙ୍କା ହେବ। ରମେଶ ଖୋର୍ଦ୍ଧାରୁ ମାଲ୍ ଆଣି ରାଜଧାନୀର ବିଭିନ୍ନ ସ୍ଥାନରେ ଯୋଗାଉଥିଲା ଓ ଗୀତା ରମେଶଠାରୁ ଏହି ଜହର କିଣି ବେପାର କରୁଥିଲା। ଅବକାରୀ ଅଧୀକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଆଜି ଏହି ଦୁଇ ଟିମ୍ ରମେଶକୁ ପିଛା କରି କାର୍ଗିଲ୍ ବସ୍ତିରୁ ଗୀତାଙ୍କ ଘରୁ ଗିରଫ କରିଥିଲେ। ଏହି ଟିମ୍ରେ ଆଇଆଇସି ବିକାଶ ନାୟକ, ନୀଳିମା ଜୟନ୍ତୀ ସ୍ବାଇଁ, ନାରାୟଣ ଜେନା, ମାନସୀ ନାୟକ, ସୁଜିତ ମୁଦୁଲି, ସୋମନାଥ ସ୍ବାଇଁ ପ୍ରମୁଖ ସାମିଲ୍ ଥିଲେ।
୧୯ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ, ମହିଳା ବେପାରୀ ସହ ଚାଲାଣକାରୀ ଗିରଫ
/sambad/media/post_attachments/wp-content/uploads/2021/03/brownsugar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)