୫୦ ଗ୍ରାମ୍ ବ୍ରାଉନ୍‌ସୁଗାର ଜବତ, ମୋହିନୀ ବସ୍ତିରୁ ମହିଳା ଗିରଫ

ଚୋରି ଅଭିଯୋଗରେ ୪ ଗିରଫ; ​ଚୋରା ବାଇକ୍‌, ପାଣି ମୋଟର, ମୋବାଇଲ୍‌ ଫୋନ୍‌ ଜବତ

ଭୁବନେଶ୍ବର : ଆଜି ଭୁବନେଶ୍ବର ଖୋର୍ଦ୍ଧା ଅବକାରୀ ମୋବାଇଲ୍‌ ସ୍କ୍ବାଡ୍‌ ପୁରୁଣା ଭୁବନେଶ୍ବର ମାଉସୀମା ମନ୍ଦିର ନିକଟ ମୋହିନୀ ବସ୍ତିରେ ଚଢ଼ଉ କରି ଜଣେ ମହିଳାଙ୍କ ଠାରୁ ୫୦ ଗ୍ରାମ୍‌ ବ୍ରାଉନ୍ ସୁଗାର ଜବତ କରିଛି। ଧଳାଜହର କାରବାର କରୁଥିବା ଉକ୍ତ ମହିଳା ହେଲେ ମମତା ପାତ୍ର। ଜବତ ହୋଇଥିବା ବ୍ରାଉନ୍ ସୁଗାରର ବଜାର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଚଢ଼ଉରେ ଆଇଆଇସି ଜୟଦେବ ପ୍ରଧାନ, ଆଇଆଇସି ବିକାଶ ନାୟକ, ଏସ୍‌ଆଇ ମାନସୀ ନାୟକ, ଏଏସ୍ଆଇ ସୁଜିତ ମୁଦୁଲି ଓ ସୁମତି ମହାନ୍ତି ସାମିଲ୍‌ ହୋଇଥିଲେ।

ଚୋରି ଅଭିଯୋଗରେ ୪ ଗିରଫ; ​ଚୋରା ବାଇକ୍‌, ପାଣି ମୋଟର, ମୋବାଇଲ୍‌ ଫୋନ୍‌ ଜବତ
ବାଲିଅନ୍ତା : ସ୍ଥାନୀୟ ଅଞ୍ଚଳରେ ଚୋରି କରୁଥିବା ଅଭିଯୋଗରେ ଆଜି ବାଲିଅନ୍ତା ଥାନା ପୁଲିସ ୪ ଜଣ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ତିରଣପଦା ଗ୍ରାମର ସୁମନ୍ତ ଭୋଇ ଓରଫ ଜିତୁ (୨୨) ଓ‌ ଜିତୁଠାରୁ ଚୋରି ସାମଗ୍ରୀ କିଣିଥିବା ଜୟପୁର ଗ୍ରାମର ବିଶ୍ବନାଥ ଓଝା(୨୬), ଭେଲୁରି ଗ୍ରାମର ଚନ୍ଦନ ଦାସ (୨୯) ଏବଂ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ରଞ୍ଜିତ ସିଂହ (୩୪)। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କ ନିକଟରୁ ପୁଲିସ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରିଛି। ଜବତ ସାମଗ୍ରୀ ଭିତରେ ରହିଛି ୬ଟି ପାଣି ମୋଟର ଏବଂ ୬ଟି ଦାମୀ ସ୍ମାର୍ଟ ମୋବାଇଲ ଫୋନ୍‌, ଗୋଟିଏ ବାଇକ୍‌ ଓ ଅନ୍ୟାନ୍ୟ ବିଦ୍ୟୁତ ସାମଗ୍ରୀ। ତିରଣପଦା ଗ୍ରାମର ତ୍ରିଲୋଚନ ଭୋଇଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଜିତୁକୁ ପଚରାଉଚରା କରିବାରୁ ସେ ସତ ମାନି ଯାଇଥିଲା।

ସମ୍ବନ୍ଧିତ ଖବର