କେଶୁରାର ଏକ ଘରୁ ୫୫୦ ଗ୍ରାମର ଧଳାଜହର ସହ ପାଖାପାଖି ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ

ଭୁବନେଶ୍ବର: ପୁଲିସ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ଭୁବନେଶ୍ୱର ସହିଦନଗର ଥାନା କେଶୁରାର ଏକ ଘରୁ ୫୫୦ ଗ୍ରାମର ଧଳାଜହର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କା । ସବୁଠୁ ବଡ କଥା ହେଲା, ବ୍ରାଉନ ସୁଗାର ଜବତ ସହ ପାଖାପାଖି ୩୪ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟ କମିସନରେଟ ପୁଲିସ ଜବତ କରିଛି । ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଜଣେ ମହିଳା ଓ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି । ତେବେ ପୁୁଲିସର ଚଢାଉ କରିବା କ୍ଷଣି ବହୁ ପରିମାଣର ବ୍ରାଉନସୁଗାର ନଷ୍ଟ କରାଯାଇଥିବା କହିଛନ୍ତି ପୁୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଜବତ ବ୍ରାଉନସୁଗାରର ଜଳେଶ୍ୱର ଲିଙ୍କ୍ ରହିଛି । ଗିରଫ ହୋଇଥିବା ଯୁବକଙ୍କ ଜଳେଶ୍ୱର ଲିଙ୍କ୍ ରହିଥିବା କହିଛନ୍ତି ପୁଲିସ କମିଶନର । ସବୁଠୁ ବଡ କଥା ହେଲା, କଟକ ଓ ଭୁବନେଶ୍ୱରରୁ ଗତ ୪ ମାସ ମଧ୍ୟରେ ୫ କେଜିରୁ ଅଧିକ ବ୍ରାଉନସୁଗାର ଜବତ କରାଯାଇଛି । ତେବେ ଏତେ ପରିମାଣରର ବ୍ରାଉନସୁଗାର ଓ ଟଙ୍କା ଜବତ ପୁଲିସ ବିଭାଗକୁ ମଧ୍ୟ ଆଶ୍ଚର୍ଯ୍ୟଚକିତ କରିଛି । ତେବେ ଭୁବନେଶ୍ୱର ଓ କଟକକୁ ବ୍ରାଉନସୁଗାର ମୁକ୍ତ କରିବାକୁ ପୁଲିସ ପକ୍ଷରୁ ଏଭଳି ଅଚାନକ ଚଢାଉ କରାଯିବ ବୋଲି କହିଛନ୍ତି ପୁଲିସ କମିସନର ।

ସମ୍ବନ୍ଧିତ ଖବର