ଲକ୍ଷେ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଦୁଇ ନିଶା ବ୍ୟବସାୟୀ ଗିରଫ

ଭୁବନେଶ୍ବର: ବ୍ରାଉନ୍‌ସୁଗାର କାରବାର କରୁଥିବା ବେଳେ ଲକ୍ଷ୍ମୀସାଗର ପୁଲିସ ଦୁଇ ନିଶା ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ, ଲକ୍ଷ୍ମୀସାଗର ଅଞ୍ଚଳର ଲକ୍ଷ୍ମଣ କୁମାର ସାମନ୍ତରାୟ(୩୪) ଓ ତପନ କୁମାର ମୁଦୁଲି(୩୬)। ପୁଲିସ ସେମାନଙ୍କଠାରୁ ୧୩ ଗ୍ରାମ୍‌ ବ୍ରାଉନ୍‌ସୁଗାର ଓ ଗୋଟିଏ ବୁଲେଟ୍‌ ଜବତ କରିଛି।

ଜବତ ବ୍ରାଉନ୍‌ସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, କିଛି ମାସ ହେବ ଅଭିଯୁକ୍ତଦ୍ବୟ ସ୍ଥାନୀୟ ଅଞ୍ଚଳରେ ବ୍ରାଉନ୍‌ସୁଗାର କାରବାର କରୁଥିବା ନେଇ ପୁଲିସ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲା। ଉଭୟଙ୍କୁ ଧରିବା ପାଇଁ ପୁଲିସ ସେମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖିଥିଲା। ରବିବାର ସକାଳେ ଉଭୟ ବ୍ରାଉନ୍‌ସୁଗାର୍‌ ବିକ୍ରି ପାଇଁ ଜଣେ ଗ୍ରାହକଙ୍କୁ ଲକ୍ଷ୍ମୀସାଗର ପତିତପାବନ ମନ୍ଦିର ନିକଟକୁ ଡକାଇଥିବା ବେଳେ ପୁଲିସ ସେଠାରେ ଚଢ଼ଉ କରି ଦୁହିଁଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର