୭ଗ୍ରାମ୍ ବ୍ରାଉନସୁଗାର୍ ଜବତ, ମହିଳାଙ୍କ ସମେତ ୨ଗିରଫ

ଭୁବନେଶ୍ବର : ସାଲିଆସାହି ନୟାଗଡ଼ସାହିରୁ ଆଜି ନୂଆପଲ୍ଲୀ ଥାନା ପୁଲିସ ପ୍ରାୟ ୭ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି। ଏହି ଜହର କାରବାରରେ ଲିପ୍ତ ଜଣେ ମହିଳାଙ୍କ ସମେତ ୨ଜଣଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ, ଗଂଜାମ କବିସୂର୍ଯ୍ୟନଗରର ନର୍ମଦା ସାହୁ ଓ ନୟାଗଡ଼ ବେଗୁନିଆ ପାଟଣାର ବିଶ୍ବଜିତ ପ୍ରଧାନ। ସେମାନଙ୍କଠାରୁ ନଗଦ ୭ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ପ୍ରାୟ ୭୦ହଜାର ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି।

ସମ୍ବନ୍ଧିତ ଖବର