ବାଲିପାଟଣା: କମିସନରେଟ୍ ପୁଲିସ୍ର ସ୍ବତନ୍ତ୍ର ସ୍କ୍ବାଡ୍ ଆଜି ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡ଼ିପାଞ୍ଚଣଠାରେ ଚଢ଼ଉ କରି ୧୩ ଗ୍ରାମ୍ ବ୍ରାଉନସୁଗାର ଜବତ କରିବା ସହ ୨ ବେପାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ବୟ ହେଲେ, ଗାରେଡ଼ିପାଞ୍ଚଣ ଗ୍ରାମର ବିଜୟ ଦାସ (୨୩) ଓ ପବିତ୍ର ମୋହନ ଭୋଇ(୨୭)।
ସେମାନଙ୍କଠାରୁ ନଗଦ ୩୨୦୦ ଟଙ୍କା ଓ ଦୁଇଟି ବାଇକ୍ ମଧ୍ୟ ଜବତ ହୋଇଛି। ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସବ୍-ଇନ୍ସପେକ୍ଟର ରାକେଶ କୁମାର ସାମଲ ସୂଚନା ଦେଇଛନ୍ତି। ଅଭିଯୁକ୍ତଦ୍ବୟ ଖୋର୍ଦ୍ଧା ଓ ଗୋବିନ୍ଦପୁର ଅଞ୍ଚଳରୁ ବ୍ରାଉନ୍ସୁଗାର ଆଣି ଏଠାରେ ବିକୁଥିବା ପୁଲିସ୍ ଆଗରେ ସ୍ବୀକାର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/31-5.jpg)