୨ ଚୋରଙ୍କୁ ନିର୍ଧୁମ୍‌ ଛେଚି ପୁଲିସ୍‌ ଜିମା ଦେଲେ ଗ୍ରାମବାସୀ

ବାଲିପାଟଣା: ବାଲିପାଟଣା ଥାନା ପୁଲିସ୍‌ ଆଜି ଭଅଁରା ଗ୍ରାମରୁ ୨ଜଣ ବାଇକ୍‌ ଲୁଟେରାଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଦ୍ବୟ ହେଲେ, ନିଆଳି ଥାନା ଅଞ୍ଚଳର ପ୍ରଶାନ୍ତ ବସ୍ତିଆ ଏବଂ ରାଜେଶ ଭୋଇ। ତେବେ ଅନ୍ୟ ଜଣେ ଲୁଟେରା ଚନ୍ଦନ ଜେନା କୌଶଳକ୍ରମେ ଫେରାର୍‌ ହେବାରେ ସକ୍ଷମ ହୋଇଛି। ଲୁଟେରାଦ୍ବୟ ବ୍ରାଉନସୁଗାର କିଣିବା ପାଇଁ ଏଭଳି ଲୁଟ୍‌ପାଟ୍‌ ଚଳାଇଥିବା ପୁଲିସ ଆଗରେ ସ୍ବୀକାର କରିଛନ୍ତି।

ସୂଚନା ଅନୁସାରେ, ଭଅଁରା ଗ୍ରାମର ଦୁଷ୍ମନ୍ତ ପାତ୍ର କୁଶଭଦ୍ରା ନଦୀବନ୍ଧରେ ନିଜ ବାଇକ୍‌ ରଖି ଜମିରେ କାମ କରୁଥିଲେ। ସେହି ସମୟରେ ରାଜେଶ, ପ୍ରଶାନ୍ତ ଓ ଚନ୍ଦନ ସେଠାରେ ପହଞ୍ଚି ଦୁଷ୍ମନ୍ତଙ୍କ ବାଇକ୍‌ ଚୋରାଇ ନେଇଥିଲେ। ପାଖ ବିଲରେ କାମ କରୁଥିବା କିଛି ଲୋକ ଏହା ଦେଖି ଚିତ୍କାର କରିଥିଲେ। ଦୁର୍ଭାଗ୍ୟକୁ ଉକ୍ତ ବାଇକ୍‌ରୁ ମଧ୍ୟ ତେଲ ସରିଯିବାରୁ ତାହା ଆଉ ଷ୍ଟାର୍ଟ ହୋଇନଥିଲା। ସେତିକିବେଳେ ପାଖ ବିଲରୁ ଦୌଡ଼ି ଆସି ଜଣେ ବ୍ୟକ୍ତି ରାଜେଶ ଓ ପ୍ରଶାନ୍ତଙ୍କୁ ମାଡ଼ି ବସିଥିଲେ। ପରେ ଉଭୟଙ୍କୁ ନିର୍ଧୁମ୍‌ ଛେଚି ପୁଲିସ ଜିମା ଦେଇଥିଲେ। ତେବେ କୌଶଳକ୍ରମେ ଚନ୍ଦନ ଘଟଣାସ୍ଥଳରୁ ଅନ୍ୟ ବାଇକ୍‌ରେ ଫେରାର୍‌ ହୋଇଯାଇଥିଲା। ପୁଲିସ ଅଭିଯୁକ୍ତଦ୍ବୟଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଇବା ପରେ ଗିରଫ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର