ବିଏସ୍‌ସିଏଲ୍‌ ଜିତିଲା ସ୍ୟାଣ୍ଡଭିକ୍ ଇଣ୍ଡିଆ ‌ଜେଣ୍ଡର ଆୱାର୍ଡ

ଭୁବନେଶ୍ବର: ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ସୋସିଆଲି ସ୍ମାର୍ଟ ପ୍ରକଳ୍ପ ପାଇଁ ସ୍ୟାଣ୍ଡଭିକ୍ ଇଣ୍ଡିଆ ଜେଣ୍ଡର ଆୱାର୍ଡ ମିଳିଛି। ସ୍ୟାଣ୍ଡଭିକ୍ ଇଣ୍ଡିଆ ପ୍ରା.ଲି ପକ୍ଷରୁ ଏହି ପୁରସ୍କାର ପାଇଁ ଆବେଦନ ଆହ୍ବାନ କରାଯାଇଥିବା ବେଳେ ଏଥିପାଇଁ ୬୫୦ଜଣ ଆବେଦନ କରିଥିଲେ। କିନ୍ତୁ ବିଏସ୍‌ସିଏଲ୍‌ର ସୋସିଆଲି ସ୍ମାର୍ଟ ପ୍ରକଳ୍ପ ପ୍ରଥମ ସ୍ଥାନ ହାସଲ କରିଥିଲା। ଜୁଲାଇ ୨୭ରେ ପୁଣେରେ ଆୟୋଜିତ ଉତ୍ସବରେ ସ୍ବିଡେନ କନସୁଲ୍‌ ଜେନେରାଲ ମୁମ୍ବାଇ ଉଲରିକା ସୁଣ୍ଡବର୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ବିଏସ୍‌ସିଏଲ୍‌ର ଜେଣ୍ଡର ସ୍ପେଶାଲିଷ୍ଟ ସରୋଜିନୀ ବ୍ରହ୍ମା ଏହି ପୁରସ୍କାର ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର