ବିଏସ୍‌ଏନ୍‌ଏଲ୍‌ ନିର୍ଯାତନା

ଭୁବନେଶ୍ବର: ଭୁବନେଶ୍ବର ବରମୁଣ୍ତା ଅଞ୍ଚଳର ବିଏସ୍‌ଏନ୍‌ଏଲ୍‌ ଗ୍ରାହକମାନେ ମାସ ମାସ ଧରି କଷ୍ଟ ଭୋଗ କରୁଥିଲେ ସୁଦ୍ଧା ଏଥିପ୍ରତି ଦୃଷ୍ଟି ଦିଆଯାଉନାହିଁ। ବାରମ୍ବାର ଏହି ଟେଲିଫୋନ୍‌ ଏକ୍ସଚେଞ୍ଜ୍‌ ଖରାପ ହେଉଥିବାରୁ ଗ୍ରାହକମାନେ ଫୋନ୍‌ କଲ୍‌ ପାଇପାରୁନାହାନ୍ତି କିମ୍ବା ଫୋନ୍‌ କରିପାରୁନାହାନ୍ତି। ସେହିପରି ଏହି ଅଞ୍ଚଳର ବ୍ରଡ୍‌ବ୍ୟାଣ୍ଡ ଗ୍ରାହକମାନେ ମଧ୍ୟ ଦିନ ଦିନ ଧରି ସେବାରୁ ବଞ୍ଚିତ ହେଉଛନ୍ତି। ଏହି ଅଞ୍ଚଳର ଟେଲିଫୋନ୍‌ଗୁଡ଼ିକର ଦୁର୍ଭାଗ୍ୟ ଦେଖିଲେ କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ତିଆ ଆହ୍ବାନ ହାସ୍ୟାସ୍ପଦ ମନେହୁଏ। ଗ୍ରାହକ ଜଣେ ଟେଲିଫୋନ୍‌ ଖରାପ ନେଇ ଅଭିଯୋଗ ଦେଲେ ତାଙ୍କ ପାଖକୁ ଗୋଟିଏ ଏସ୍‌ଏମ୍‌ଏସ୍‌ ଯାଏ, ଗୋକୁଳାନନ୍ଦ ମହାନ୍ତି, ଫୋନ୍‌ ନ˚- ୯୪୩୯୪୯୧୫୫୩କୁ ଆପଣଙ୍କ ଫୋନ୍‌ ସଜାଡ଼ିବା ଦାୟିତ୍ବ ଦିଆଯାଇଛି। ସେହି ଫୋନ୍‌କୁ କଲ୍‌ କଲେ ଅନ୍ୟ ଜଣେ ଧରି ତାହା ‘ରଙ୍ଗ୍‌ ନମ୍ବର’ କହି କାଟି ଦିଅନ୍ତି। ଏହି ସବୁ କାରଣରୁ ବହୁ ଗ୍ରାହକ ବିଏସ୍‌ଏନ୍‌ଏଲ୍‌ରୁ ମୁହଁ ଫେରାଇ ଅନ୍ୟ ଟେଲିଫୋନ୍‌ କମ୍ପାନିର ଗ୍ରାହକ ହେଉଥିବା ଲକ୍ଷ୍ୟ କରାଯାଉଛି।

ସମ୍ବନ୍ଧିତ ଖବର