ମୁଖ୍ୟମନ୍ତ୍ରୀଙ୍କୁ ଦୂରସଞ୍ଚାର ମହିଳା କଲ୍ୟାଣ ସଂଗଠନର ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର : ରାଜ୍ୟର ଅପହଞ୍ଚ ଇଲାକାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନିମନ୍ତେ ଦୂରସଞ୍ଚାର ମହିଳା କଲ୍ୟାଣ ସଂଗଠନ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛି। ସଂଗଠନର ସଭାପତି କଲ୍ୟାଣୀ ନାଏକଙ୍କ ନେତୃତ୍ୱରେ ଏକ ଆଠ ଜଣିଆ ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ତାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ସ୍ୱାସ୍ଥ୍ୟସେବାର ବିଭିନ୍ନ ଦିଗ ଉପରେ ବିଷଦ ଆଲୋଚନା କରିଛନ୍ତି। ଏହି ପ୍ରତିନିଧିମଣ୍ଡଳୀରେ ଆରତୀ ପାଲ, ଶାନ୍ତି ମହାନ୍ତି, ସଂଗୀତା କୁମାର, ସଞ୍ଜିବାଳା ଦାଶ, ହରପ୍ରିୟା ପଟେଲ ଓ ମମତା ବେହେରା ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ।

ସମ୍ବନ୍ଧିତ ଖବର