ଆଜି ବଜେଟ୍‌: ଆଶା ଅନେକ

ପଛୁଆ ଜିଲ୍ଲା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେବା ଦରକାର

ଦେଶରେ ସାଧାରଣ ନିର୍ବାଚନ ପୂର୍ବରୁ ଏହା ପ୍ରାୟ ଶେଷ ବଜେଟ୍‌ । ଏଥିନେଇ ହୁଏତ ବଜେଟ୍‌ରେ କେନ୍ଦ୍ର ସକରାର ସବୁ ବର୍ଗଙ୍କୁ ପ୍ରାଧାନ୍ୟ ଦେବେ ବୋଲି ଆଶା। ଓଡ଼ିଶାର ପଛୁଆ ୮ଟି ଜିଲ୍ଲା ନେଇ ସ୍ୱତନ୍ତ୍ର ବ୍ୟୟବରାଦ କରାଯିବା ଦରକାର। ଦୀଘା- ଗୋପାଳପୁର କୋଷ୍ଟାଲ ହାଇେଓ୍ଵ ପ୍ରସଙ୍ଗରେ କେନ୍ଦ୍ର ସରକାର ଅର୍ଥ ବରାଦ କରିବା ସହ ଓଡ଼ିଶାରେ ଦୁଇଟି ଏୟାର ପୋର୍ଟ ନିର୍ମାଣ ନେଇ ବଜେଟ୍‌ରେ ବ୍ୟବସ୍ଥା କରିବେ ବୋଲି ଆଶା କରାଯାଉଛି।
ପଞ୍ଚାନନ କାନୁନଗୋ, ପୂର୍ବତନ ଅର୍ଥମନ୍ତ୍ରୀ

ଅଧା ପଡ଼ିଥିବା ରେଳ ପ୍ରକଳ୍ପ ପାଇଁ ଅର୍ଥ ବରାଦ ହେଉ

ନିର୍ବାଚନ ପୂର୍ବରୁ ଏହା କେନ୍ଦ୍ର ସରକାରଙ୍କ ଶେଷ ବଜେଟ୍‌ ହୋଇଥିବାରୁ ଏଥିରେ କୃଷକଙ୍କ ସମସ୍ୟା ପ୍ରତି ସରକାର ଗୁରୁତ୍ୱ ଦେବେ ବୋଲି ଆଶା। ଓଡ଼ିଶାରେ ଅଧା ହୋଇପଡ଼ିଥିବା ତଥା ଯେଉଁ ରେଳ ପ୍ରକଳ୍ପ ଆଦୈ ଆରମ୍ଭ ହୋଇପାରିନି, ସେଥିନେଇ ବଜେଟ୍‌ରେ କେନ୍ଦ୍ର ସରକାର ଅର୍ଥ ବରାଦ କରିବେ ବୋଲି ଆଶା। ଓଡ଼ିଶରେ ଗୋଟିଏ ଓ୍ଵାଗନ କାରଖାନ ପ୍ରତିଷ୍ଠା ନେଇ ସରକାର ଧ୍ୟାନ ଦିଅନ୍ତୁ।
ଶରତ ଭଦ୍ର, ଚାଟାର୍ଡ ଆକାଉଣ୍ଟାଟ୍‌

ବିତ୍ତୀୟ ନିୟଣ୍ଟକୁ ନିୟନ୍ତ୍ରଣ କଲା ଭଳି ବଜେଟ୍‌ ପ୍ରସ୍ତାବିତ ହେଉ

କେନ୍ଦ୍ର ବଜେଟ୍‌ରେ ବିଭିନ୍ନ ବର୍ଗର ଲୋକଙ୍କୁ ସୁହାଇଲା ଭଳି ବଜେଟ୍‌ ପ୍ରସ୍ତାବ ରହିବା ନେଇ ଆଶା କରାଯାଉଛି। ବିଶେଷ କରି କରି କୃଷି, ଗ୍ରାମୀଣ ଉନ୍ନୟନ ନିଯୁକ୍ତି ସୁଯୋଗ ସୃଷ୍ଟି, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ, ଭିତ୍ତିଭୂମି ବିକାଶ ଆଦି ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ବିତ୍ତୀୟ ନିୟଣ୍ଟକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ବଜେଟ୍‌ ହେବା ଉଚିତ। ଆୟକର ଛାଡ଼ ସୀମାକୁ ବଢ଼ାଇବା ସହ ରାଜ୍ୟ ସରକାର ରେଳବାଇର ବିକାଶ ପାଇଁ ଦାବି କରିଥିବା ୬,୫୦୦ କୋଟି ଉପରେ କେନ୍ଦ୍ର ସରକାର ଏହି ବଜେଟ୍‌ରେ ଖାସ୍‌ ନଜର ଦେବେ ବୋଲି ଆଶା ପୋଷଣ କରାଯାଉଛି।
ଦିଲ୍ଲୀପ ଶତପଥୀ, ବରିଷ୍ଠ ସାମ୍ବାଦିକ

କୃଷି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବା ଜରୁରି

ବଜେଟ୍‌କୁ ନେଇ ଆମର ଅସୁମାରୀ ଆଶା ରହିଛି। ପ୍ରଥମେ ନିକଟ ଅତୀତରେ ଲାଗୁ ହୋଇଥିବା ଜିଏସ୍‌ଟିର କର ହାର କମିବା ନିହାତି ଆବଶ୍ୟକ। ପୁଣି ଆୟକର ଛାଡ଼ ସୀମାକୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ଭଲ ହୁଅନ୍ତା। କୃଷି ପାଇଁ ଏହି ବଜେଟ୍‌ରେ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଉଚିତ। କୃଷି ପାଇଁ ଜଳସେଚନ ବ୍ୟବସ୍ଥା, କୃଷି ଋଣ ଯେପରି ସମସ୍ତ ବ୍ୟାଙ୍କ୍‌ ଦେବେ ସେ ନେଇ ନିଶ୍ଚିତ ପଦକ୍ଷେପ, ଫସଲ ବୀମା, କ୍ଷତିପୂରଣ, କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମାର୍କେଟିଂ, ସଂରକ୍ଷଣ ଓ ଉପଯୁକ୍ତ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥା ହେବା ଉଚିତ। ରେଳ ପାଇଁ କେନ୍ଦ୍ରର ଅନୁଦାନ ପ୍ରର୍ଯ୍ୟାପ୍ତ ହୋଇଥିଲେ ମଧ୍ୟ ସେଗୁଡ଼ିକ ରାଜ୍ୟରେ ବ୍ୟବହୃତ ନ ହୋଇପାରି ଫେରିଯିବା ଦୁଃଖର ବିଷୟ। ସେଗୁଡ଼ିକର ଉପଯୁକ୍ତ ବ୍ୟବହାର ପାଇଁ କିଛି ପଦକ୍ଷେପ ନେଲେ ଭଲ ହୁଅନ୍ତା।
ସୁଧାକର ପଣ୍ଡା, ସଭାପତି, ବ୍ୟବସାୟୀ ସଂଘ

ପେଟ୍ରୋଲ୍‌ ଓ ଡିଜେଲ୍‌ ଉତ୍ପାଦ ଶୁଳ୍କ ହ୍ରାସରେ ହ୍ରାସ ଘଟୁ

ଏଥରର କେନ୍ଦ୍ର ବଜେଟ୍‌ରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ଥିବା ଉତ୍ପାଦ ଶୁଳ୍କ (ଏକ୍ସସାଇଜ୍‌ ଡ୍ୟୁଟି) ହ୍ରାସ ଘଟିଲେ ସାଧାରଣ ଲୋକେ ଉପକୃତ ହୁଅନ୍ତେ। ପୁଣି ଗତବର୍ଷଠାରୁ ଅଧିକ ରେଳ ବଜେଟ୍‌ ଓଡ଼ିଶାକୁ ଆସିବ ବୋଲି ଆଶା କରାଯାଉଛି।
ସଞ୍ଜୟ ଲାଠ୍‌, ପେଟ୍ରୋଲିୟମ୍‌ ଡିଲର୍‌ ଆସୋସିଏସନ୍‌

ସମ୍ବନ୍ଧିତ ଖବର