ଖଣ୍ଡଗିରି: ଜୈନ ପୀଠ ଖଣ୍ଡଗିରି ପାହାଡ଼ର ପାଦଦେଶରେ ଗୁରୁବାର ସନ୍ଧ୍ୟାରେ ଝଙ୍କୃତ ହୋଇଥିଲା ସମବେତ ବୌଦ୍ଧ ପ୍ରାର୍ଥନା। ୧୬ଟି ଦେଶରୁ ଆସିଥିବା ତିନି ଶହ ବୌଦ୍ଧ ଧର୍ମାବଲମ୍ବୀଙ୍କ ସମୂହ ସାନ୍ଧ୍ୟ ପ୍ରାର୍ଥନା ଖଣ୍ଡଗିରିର ଶାନ୍ତ ଗିରିଗହ୍ବରରେ ଭରି ଦେଇଥିଲା ଆଧ୍ୟାତ୍ମିକ ପ୍ରାଣ। ରାଜଧାନୀର ଗହଳିଚହଳି ଭିତରେ ଏହି ବୌଦ୍ଧ ସନ୍ନ୍ୟାସୀ ଓ ସନ୍ନ୍ୟାସିନୀମାନଙ୍କ ସାନ୍ଧ୍ୟ ପ୍ରାର୍ଥନା ଖଣ୍ଡଗିରିରେ ଭରି ଦେଇଥିଲା ଏକ ସ୍ବତନ୍ତ୍ର ଆଧ୍ୟାତ୍ମିକ ପରିବେଶ। ଶହ ଶହ ସଂଖ୍ୟାରେ ସ୍ଥାନୀୟ ଲୋକେ ଏହି ଅତିଥି ବୌଦ୍ଧ ସନ୍ନ୍ୟାସୀମାନଙ୍କ ଦର୍ଶନ ପାଇଁ ଭିଡ଼ ଲଗାଇଥିଲେ।
ସୂଚନାଯୋଗ୍ୟ ଯେ ଲିଙ୍ଗଗତ ସାମ୍ୟଭାବ ଓ ପରିବେଶ ସୁରକ୍ଷା ବାର୍ତା ନେଇ ଏହି ବୌଦ୍ଧ ଧର୍ମାବଲମ୍ବୀ ସନ୍ନ୍ୟାସୀମାନେ ୭ ଦିନିଆ ପଦଯାତ୍ରାରେ ଓଡ଼ିଶା ଆସିଛନ୍ତି। ନୂଆଦିଲ୍ଲୀସ୍ଥିତ ପେଲ୍ ଦୃକ୍ପା ଚାରିଟେବଲ୍ ଟ୍ରଷ୍ଟ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସଚେତନତା ପଦଯାତ୍ରାର ଆୟୋଜନ କରାଯାଇଛି। ଏମାନେ ଆଜି ଧଉଳିଗିରିରୁ ଯାତ୍ରା ଆରମ୍ଭ କରିଥିଲେ। ସାତ ଦିନ ମଧ୍ୟରେ ଏମାନେ ରତ୍ନଗିରି, ଉଦୟଗିରି, ଲଳିତଗିରି ଆଦି ସମସ୍ତ ବୌଦ୍ଧ ପର୍ଯ୍ୟଟନସ୍ଥଳକୁ ଯାତ୍ରା କରିବେ। ବଡ଼ କଥା ହେଉଛି ଏହି ପଦଯାତ୍ରାରେ ସ୍ବୟଂ ପରମଗୁରୁ ଗ୍ୟାଲୱାଙ୍ଗ୍ ଦୃକ୍ପା ସାମିଲ୍ ହୋଇଛନ୍ତି। ଏହି ଟିମ୍ରେ ଲଦାଖ, ସିକିମ୍ ଆଦି ରାଜ୍ୟର ବୌଦ୍ଧ ସନ୍ନ୍ୟାସୀମାନଙ୍କ ସହ ନେପାଳ, ଶ୍ରୀଲଙ୍କା, ଭୁଟାନ୍, ତିବ୍ବତ୍, ମିଆଁମାର୍, ଥାଇଲାଣ୍ଡ ଆଦି ବିଦେଶର ସନ୍ନ୍ୟାସୀମାନେ ମଧ୍ୟ ସାମିଲ୍ ହୋଇଛନ୍ତି। ଖଣ୍ଡଗିରି ଥାନା ପୁଲିସ ପକ୍ଷରୁ ସେମାନଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପାନ୍ଥିକା ପରିସରରେ ସେମାନଙ୍କ ରହଣି ପାଇଁ ଆୟୋଜନ କରାଯାଇଛି। ଓଡ଼ିଶା ଏନ୍ୱାଇପି ଶାଖା ସେମାନଙ୍କୁ ଗାଇଡ୍ କରୁଛି।
ଇକୋ ପଦଯାତ୍ରା, ଜୈନ ପୀଠରେ ଝଙ୍କୃତ ହେଲା ବୌଦ୍ଧ ପ୍ରାର୍ଥନା
/sambad/media/post_attachments/wp-content/uploads/2018/10/budhist-monk-photo.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)