ସୁଦର୍ଶନ ଦାରୁପୀଠରେ ନିର୍ମାଣ ହେବ ୭୧ ଫୁଟ୍‌ ଉଚ୍ଚତାର ଜଗନ୍ନାଥ ମନ୍ଦିର

ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ଗଡ଼କଣ୍ଟୁଣିଆ ସ୍ଥିତ ସୁଦର୍ଶନ ଦେବଙ୍କ ଦାରୁପୀଠରେ ଆରମ୍ଭ ହୋଇଛି ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ। ଇତିମଧ୍ୟରେ ମନ୍ଦିର ମୂଳଦୁଆ ନିର୍ମାଣ କାର୍ଯ୍ୟ ସରିଛି। ସାମଗ୍ରିକ ଭାବେ ମନ୍ଦିର ପରିଚାଳନା କାର୍ଯ୍ୟ ତଦାରଖ ପାଇଁ ଅଞ୍ଚଳବାସୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଠନ ହୋଇଛି ଶ୍ରୀ ଶ୍ରୀ ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ। ମନ୍ଦିର ସର୍ବାଧିକ ୭୧ ଫୁଟ ଉଚ୍ଚତା ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମନ୍ଦିର ଗର୍ଭଗୃହ ସହିତ ପରିସରରେ ନିର୍ମାଣ ହେବ ସୁନ୍ଦର କାରୁକାର୍ଯ୍ୟ ନାଟ୍ୟମଣ୍ଡପ। ଏଥିସହିତ ପାଠାଗାର, ଯୋଗଗୃହ ଓ ପୁରାଣ ପାରାୟଣ ମଣ୍ଡପ ମଧ୍ୟ ନିର୍ମାଣ ହେବାକୁ ଯୋଜନା ରହିଛି । ମନ୍ଦିର ନିର୍ମାଣ କାର୍ଯ୍ୟ ତ୍ୱରାନ୍ଵିତ କରିବା ସହିତ ଉପରୋକ୍ତ ଆନୁଷଙ୍ଗିକ ଭିତ୍ତିଭୂମିର ସବୁ ନିର୍ମାଣ କାମ ଆଗେଇ ନେବା ପାଇଁ ପାଖାପାଖି କୋଟିଏରୁ ଅଧିକ ଟଙ୍କାର ବ୍ୟୟ ଅଟକଳ ହୋଇଛି। ମନ୍ଦିର ନିର୍ମାଣ ଭଳି ମହତ୍‌ ଧର୍ମୀୟ କାର୍ଯ୍ୟ ଲାଗି ଆଗ୍ରହୀ ବ୍ୟକ୍ତି, ବଦାନ୍ୟ ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନମାନେ ବ୍ୟାଙ୍କ ଅଫ୍‌ ବରୋଦା, ଟଙ୍କପାଣି ରୋଡ୍‌ ଶାଖା ଜମାଖାତା ନଂ ୫୧୩୬୦୧୦୦୦୦୨୯୪୭ ଆଇ ଏଫ୍‌ ସି ନଂ ବିଏ ଆରବି ଓ ଟିଏ ଏନ୍‌ କେ ଏ ପିରେ ଦାନ ଅର୍ଥ ପ୍ରଦାନ କରିପାରିବେ। ଏଥିସହିତ ଟ୍ରଷ୍ଟର କର୍ମକର୍ତାମାନଙ୍କୁ ମଧ୍ୟ ସିଧାସଳଖ ଯୋଗାଯୋଗ କରି ଦାନ ଦେଇ ପାରିବେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର