ନିର୍ମାଣ ହେବ ଶ୍ରୀଲିଙ୍ଗରାଜଙ୍କ ନୂଆ ପାଲିଙ୍କି ଓ ବିମାନ

ପୁରୁଣା ଭୁବନେଶ୍ବର: ସେବାୟତମାନଙ୍କ ବହୁ ଦିନର ଦାବି ପୂରଣ ହେବାକୁ ଯାଉଛି। ଖୁବ୍‌ ଶୀଘ୍ର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପା‌ଇଁ ନୂଆ ପାଲିଙ୍କି ଓ ବିମାନ ନିର୍ମାଣ କରାଯିବ। ଏଥିପାଇଁ କଟକ ଖପୁରିଆ କରତକଳରୁ ଉପଯୁକ୍ତ କାଠ ଅଣାଯାଇଛି। ପୁରୁଣା ପାଲିଙ୍କି ଓ ବିମାନର ସ୍ଥାନେ ସ୍ଥାନେ ଭାଙ୍ଗି ଯାଇଥିବାରୁ ବିଭିନ୍ନ ଯାତ୍ରା ଓ ଉପଯାତ୍ରା ବେଳେ ସେବାୟତମାନେ ଠାକୁରଙ୍କୁ ନେବାଆଣିବା କରିବାକୁ ସମସ୍ୟାରେ ପଡ଼ୁଥିଲେ। ପୁଣି ଠାକୁରଙ୍କୁ ଭଙ୍ଗା ପାଲିଙ୍କି ଓ ବିମାନରେ ନେବାକୁ ପଡ଼ୁଥିଲା। ଏଣୁ ଆପଟିଆ ସେବାୟତମାନେ ନୂଆ ପାଲିଙ୍କି ଓ ବିମାନ ନିର୍ମାଣ କରିବାକୁ ଦାବି କରି ଆସୁଥିଲେ। ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ କୁହନ୍ତି ଯେ ଖପୁରିଆ ସ’ ମିଲ୍‌ରୁ କାଠ ଅଣାଯାଇଛି ଓ ଖୁବ୍‌ ଶୀଘ୍ର ନୂଆ ପାଲିଙ୍କି ଓ ବିମାନ ଅଭିଜ୍ଞ ମହାରଣାଙ୍କ ଦ୍ବାରା ନିର୍ମାଣ କରାଯିବ।

ସମ୍ବନ୍ଧିତ ଖବର