ଗଢ଼ା ହେଲା ଉତ୍ତର ଯୁବ ସାମାଜିକ ଓ ସାଂସ୍କୃତିକ ସଂଘ

ଚନ୍ଦ୍ରଶେଖରପୁର: ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ। ଏହାପୂର୍ବରୁ ସରଗରମ ହୋଇ ଉଠିଛି ଉତ୍ତର ଭୁବନେଶ୍ବର ରାଜନୀତି। ଯୁବ, ମହିଳା, ବସ୍ତିବାସିନ୍ଦାଙ୍କୁ ନିଜ ହାତରେ ରଖିବାକୁ ନେତାମା‌େନ ଲାଗି ପଡ଼ିଛନ୍ତି। ଏହି ଅବସରରେ ନିର୍ବାଚନମଣ୍ଡଳୀରେ ଗଢ଼ା ହୋଇଛି ଉତ୍ତର ଯୁବ ସାମାଜିକ ଓ ସାଂସ୍କୃତିକ ସଂଘ। ଆଜି ଶିଖରଚଣ୍ଡି ମନ୍ଦିର ପରିସରରେ ସଂଘ ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଉତ୍ତର ଭୁବନେଶ୍ବର ନିର୍ବାଚନୀ ମଣ୍ଡଳର ଯୁବକମାନେ ସାମିଲ ହୋଇ ପରିବେଶ ପ୍ରଦୂଷଣ ରୋକିବା, ସମାଜର ବିକାଶ ଦିଗରେ କାର୍ଯ୍ୟ କରିବାକୁ ଶପଥ ନେଇଛନ୍ତି। ଏହାର ସଭାପତି ଜ୍ୟୋତି ରଞ୍ଜନ‌ ବେଉରା କହିଛନ୍ତି ଯେ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ବିକାଶ ଦିଗରେ ସଂଘ କାର୍ଯ୍ୟ କରିବି। ଏଥିପାଇଁ ସମସ୍ତଙ୍କ ସହଯୋଗ ଦରକାର। ଯୁବଗୋଷ୍ଠୀଙ୍କୁ ସାଙ୍ଗରେ ଧରି ଆଗକୁ ବଢ଼ୁଛି। ଅକ୍ଟୋବର ୨ରୁ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବନ୍ଦ ହୋଇଥିବାରୁ ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ। ପରିବେଶକୁ ପ୍ରଦୂଷଣ ନ କରିବା ପାଇଁ ଯୁବକମାନେ ଘରକୁ ଘର ବୁଲି ବାର୍ତ୍ତା ବାଣ୍ଟିବେ। ସ୍ବଚ୍ଛ ଓ ସୁସ୍ଥ ପରିବେଶ ସାଙ୍ଗକୁ ଲୋକଙ୍କୁ ସେବା ଯୋଗାଇବା ଦିଗରେ ସଂଘ କାର୍ଯ୍ୟ ଜାରି ରଖିବ। ଯଦି ସୁ‌େଯାଗ ମିଳେ ତେବେ ଉତ୍ତର ଭୁବନେଶ୍ବରରୁ ବିଧାୟକ ପ୍ରାର୍ଥୀ ହେବି ବୋଲି ଶ୍ରୀ ବେଉରା କହିଛନ୍ତି।

ସମ୍ବନ୍ଧିତ ଖବର