ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅଧୀନ ଗାଡ଼କ’ଣ ଗାଁର ଏକ ଆମ୍ବତୋଟା ୪ରୁ ୫ଗୁଣ୍ଠ ଜମିକୁ ଏକ ବିଲଡର୍ ସଂସ୍ଥା କବ୍ଜା କରି ଆପାର୍ଟମେଣ୍ଟ୍ ନିର୍ମାଣ କରୁଛି। ଏ ନେଇ ଦୁର୍ଯୋଧନ ସାହୁ ନାମକ ଜଣେ ଭିନ୍ନକ୍ଷମ ବ୍ୟକ୍ତି ପୁଲିସ କମିସନରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପୁଲିସ କମିସନରଙ୍କ ନିର୍ଦେଶ ପାଇବା ପରେ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଯ୍ୟୋଧନଙ୍କ ଅଭିଯୋଗ ମୁତାବକ ତାଙ୍କ ଜେଜେ ବାପା ଅମଳରୁ ତାଙ୍କର ଆମ୍ବତୋଟାରେ ୪ରୁ ୫ ଗୁଣ୍ଠ ଜମି ରହିଛି। କିନ୍ତୁ ଏକ ବିଲଡର୍ ସଂସ୍ଥା ଉକ୍ତ ଜମିକୁ ଜବରଦଖଲ କରି ସେଠାରେ ଆପାର୍ଟମେଣ୍ଟ ନିର୍ମାଣ କରୁଛି। ଏନେଇ ମଞ୍ଚେଶ୍ୱର ଥାନା ପୁଲିସ କହିଛି, ଦୁର୍ଯ୍ୟୋଧନଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି।
ଜମି ନେଇଗଲା ବିଲଡର୍
ଅସହାୟ ଭିନ୍ନକ୍ଷମ ପୁଲିସ କମିସନରଙ୍କ ଦ୍ୱାରସ୍ଥ
/sambad/media/post_attachments/wp-content/uploads/2017/11/landa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)