ଭୁବନେଶ୍ବର: ଅଭ୍ୟାସଗତ ଅପରାଧୀଙ୍କୁ ଆଉ ନିସ୍ତାର ନାହିଁ। ଏବେ ୟୁପି ଭଳି ଓଡ଼ିଶାରେ ମଧ୍ୟ ଅପରାଧୀଙ୍କ ବେଆଇନ୍ ସମ୍ପତ୍ତି ଉପରେ ବୁଲ‌ଡୋଜର୍ ଚାଲିବ। ଆଜି ଏଭଳି ଭାବେ ହତ୍ୟା ଅଭିଯୁକ୍ତ ଟୁଲୁ ମହାନ୍ତିର ଘର ଉପରେ ବୁଲଡୋଜର୍ ଚଳାଇ ମାଟିରେ ମିଶାଇଛି କମିସନରେଟ୍ ପୁଲିସ। ସୂଚନା ଅନୁସାରେ ଏପ୍ରିଲ ମାସରେ ଜମି ଦଖଲକୁ ନେଇ ଏୟାରଫିଲ୍ଡ ଥାନା ପ୍ରଧାନସାହି ଖେଳପଡ଼ିଆରେ କିଛି ଲୋକ ବିଲଡର୍ ସସ୍ମିତ ବିଶ୍ୱାଳ ଓରଫ ଚିନ୍ମୟ ବିଶ୍ବାଳଙ୍କୁ ଅନି ନିର୍ଦ୍ଦୟଭାବେ ପିଟିପିଟି ହତ୍ୟା କରିଥିଲେ। 

Advertisment

ଏହି ମାମଲାରେ କମିସନରେଟ୍ ପୁଲିସ ଟୁଲୁଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଏହି ମାମଲାରେ ଆହୁରି କେତେଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ଗୁରୁତ୍ବପୂର୍ଣ୍ଣ ହେଉଛି ବିଲ୍ଡର ସସ୍ମିତଙ୍କୁ ହତ୍ୟା କରିବା ପାଇଁ  ପ୍ରଧାନସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଥିବା ଟୁଲୁ ମହାନ୍ତିର ଅଫିସରେ ହିଁ ହୋଇଥିଲା। ଟୁଲୁ ମହାନ୍ତି ସରକା‌ରୀ ଜମିକୁ ଜବରଦଖଲ କରି ଏହି ଅଫିସ ନିର୍ମାଣ କରିଥିଲା। ଏଠାରେ ଥିବା ୪ ବଖରାରେ ଟୁଲୁ ମହାନ୍ତିର ଅଫିସ ସହିତ ପାନଦୋକାନ, ଫାଷ୍ଟଫୁଡ୍ ଓ ୱେଲ୍‌ଡିଂ ଦୋକାନ ମଧ୍ୟ ରହିଥିଲା। ଏଥିରୁ ଟୁଲୁ ମାସିକ ଭଡ଼ା ଆକାରରେ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲା। ସ୍ଥାନୀୟ ବଜାରରେ ମଧ୍ୟ ଦବଦବା ରଖୁଥିଲା। ଏନେଇ ପୁଲିସ କୋର୍ଟକୁ ଜଣାଇବା ସହିତ ଘର ଭାଙ୍ଗିବାକୁ ଅନୁମତି ମାଗିଥିଲା। ଅନୁମତି ମିଳିବା ପରେ ଆଜି ବୁଲ୍‌ଡୋଜର୍ ଲଗାଇ ଘରକୁ ସଂପୂର୍ଣ୍ଣ ଭାଙ୍ଗିଦିଆଯାଇଛି।