ଜମି ଦେବା ନାଁରେ ୧୫ ଲକ୍ଷ ଚଳୁ, ଜେଲ୍ ଗଲେ ବିଲ୍‌ଡର

ଭୁବନେଶ୍ୱର : ଜମି ଦେବା ନାଁରେ ୧୫ଲକ୍ଷ ଠକେଇ ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ୍ ଆଜି ଜଣେ ବିଲ୍‌ଡରଙ୍କୁ ଗିରଫ କରିଛି। ସେ ହେଲେ, ସହିଦନଗର ଥାନା ଅଧୀନସ୍ଥ ଭିଏସ୍ଏସ୍‌ନଗରରେ ରହୁଥିବା ଅମିୟ କୁମାର ରଥ(୫୦)। ଅମିୟଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ବିଡିଏ କଲୋନିରେ ରହୁଥିବା ବିଜୟ କୁମାର ସ୍ବାଇଁ ଅଭିଯୋଗ କରିଥିଲେ।

ପୁଲିସ୍ ସୂଚନା ଅନୁଯାୟୀ, ୭ବର୍ଷ ତଳେ ବିଜୟ ମଞ୍ଚେଶ୍ୱର ରେଳ ଷ୍ଟେସନ ନିକଟ ଗାଡ଼କଣ ଅଞ୍ଚଳରେ ଏକ ପ୍ଲଟ୍‌ କିଣିବା ପାଇଁ ଅମିୟଙ୍କୁ ପର୍ଯାୟକ୍ରମେ ୧୫ ଲକ୍ଷ ୬୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଜମି ମିଳି ନଥିଲା। ତେଣୁ ସେ ଟଙ୍କା ଫେରସ୍ତ ମାଗିଥିଲେ। କିନ୍ତୁ ବିଜୟ ଧରାଛୁଆଁ ଦେଇ ନଥିଲେ।

ସମ୍ବନ୍ଧିତ ଖବର