୬୫ ହଜାର ବସ୍ତି ବାସିନ୍ଦାଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଦାବି

ଭୁବନେଶ୍ବର: ଭୁବନେଶ୍ବରର ବିଭିନ୍ନ ବସ୍ତିରେ ବାସ କରୁଥିବା ୬୫ ହଜାର ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବାକୁ ରାଜୀବ ଗାନ୍ଧୀ ଅସ୍ଥାୟୀ ବସ୍ତି ବିକାଶ ପରିଷଦ ପକ୍ଷରୁ ଦାବି ହୋଇଛି। ପରିଷଦର ଏକ ଜରୁରୀ ବୈଠକ ୟୁନିଟ୍‌-୯, ରୋଡ୍‌ ନଂ ୫ସ୍ଥିତ ସିଦ୍ଧବିନାୟକ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଭୁବନେଶ୍ବରର ବିଭିନ୍ନ ବସ୍ତି ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଫନି ବାତ୍ୟା ପ୍ରଭାବରେ ବସ୍ତି ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଛି। ବିଶେଷ କରି ପାଣି, ଶୌଚାଳୟ, ବିଦ୍ୟୁତ୍‌, ନାଳ ନର୍ଦମା ସମସ୍ୟା ଯୋଗୁ ଏହା ବାସ ଉପଯୋଗୀ ହୋଇ ରହିନାହିଁ। ବିଗତ ଦିନରେ ଫାଇଲିନ ଓ ହୁଡ଼ହୁଡ଼ ଭଳି ବାତ୍ୟାରେ ବସ୍ତି ଗୁଡ଼ିକ ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ତେଣୁ ତୁରନ୍ତ ବସ୍ତି ବାସିନ୍ଦାଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରିଷଦ ପକ୍ଷରୁ ଦାବି କରାଯାଇଛି ବୋଲି ପରିଷଦର ସଂପା‌ଦକ ସୁବଳ ନାୟକ ଜଣାଇଛନ୍ତି। ବୈଠକରେ ପରିଷଦର ସଭାପତି ଶୁଭେନ୍ଦୁ ମହାନ୍ତି, ଉପ ସଭାପତି ଯଜ୍ଞେଶ୍ବର ପରିଡ଼ା, ତୋଫାନ ସ୍ବାଇଁ, ମଙ୍ଗୁଳି ଶତପଥୀ, ସରୋଜ ପରିଡ଼ା, ଶ୍ରୀମତୀ ସୁଷମା ସିଂ, ଅର୍ଜୁନ ମଲ୍ଲିକ, ଖଗେଶ୍ବର ମଲ୍ଲିକ, ଶ୍ରୀମତୀ ନିହାରିକା ମହାପାତ୍ର, ମଙ୍ଗୁଳି ସିଂ, ସୋମନାଥ ନାୟକ, ଦୀପକ ବାରିକ, କାଳନ୍ଦୀ ପରିଡ଼ା‌ଙ୍କ ସମେତ ବିଭିନ୍ନ ବସ୍ତିରୁ ଆସିଥିବା ପ୍ରତିନିଧି ମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର