ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌କୁ ପଶିଗଲା ଷଣ୍ଢ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ଭିତରକୁ ପଶି ଗଲା ଷଣ୍ଢ। ସୁରକ୍ଷାକର୍ମୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ମୁଖ୍ୟମନ୍ତ୍ରୀଙ୍କ କାରର କିଛି ବି କ୍ଷତି ହୋଇ ନ ଥିଲା। ଏଭଳି ଘଟଣା ଆଜି ଦିନ ପ୍ରାୟ ସାଢ଼େ ୧୨ଟାବେଳେ କ୍ୟାପିଟାଲ ହସ୍ପିଟାଲ ଛକରେ ଘଟିଥିଲା।

ଓଡ଼ିଶା ବନ୍ଦ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସଚିିବାଳୟକୁ ଆସିଥିଲେ। ପରେ ଦିନ ପ୍ରାୟ ସାଢ଼େ ୧୨ଟାବେଳେ ସେ ସଚିବାଳୟରୁ ନବୀନ ନିବାସକୁ ଫେରୁଥିଲେ। ଏହି ସମୟରେ କ୍ୟାପିଟାଲ ହସ୍ପିଟାଲ ଛକରେ ଏକ ଷଣ୍ଢ କାରକେଡ୍‌ ଭିତରକୁ ପଶି ଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ପାଇଲଟ ତୁରନ୍ତ ବୁଦ୍ଧି ଖର୍ଚ କରି ଅନ୍ୟ ସୁରକ୍ଷା କର୍ମୀଙ୍କ ଇସାରା କରି ଦେଇଥିଲେ। ଫଳରେ ମୁଖ୍ୟମନ୍ତ୍ରୀ କାର କିଛି ସମୟ ଲାଗି ବ୍ରେକ କଷି ଥିଲା। ଷଣ୍ଢଟି ରାସ୍ତା ପାର ହେବା ପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ନବୀନ ନିବାସ ଆଡ଼େ ଯାଇଥିଲା।

ସମ୍ବନ୍ଧିତ ଖବର