ଭୁବନେଶ୍ୱର:  ଗଞ୍ଜାମରେ ମଦ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ପୁଣି ରାଜଧାନୀ ସାଲିଆ ସାହିରେ ବୁଲଡୋଜର ବୁଲିଛି । ଦେଶୀ ମଦ ଆଡ୍ଡାସ୍ଥଳୀ ଭଙ୍ଗା ଯାଇଛି।  ନୀଳଚକ୍ର ନଗର ମୁଣ୍ଡା ସାହି ହାଟରେ ଭୁବନେଶ୍ୱର ଅବକାରୀ ଟିମ୍  ଚଢ଼ାଉ କରିଛି । 

Advertisment

ଜେସିବିରେ ଦେଶୀ ମଦର ଆଡ୍ଡାସ୍ଥଳୀ ଭଙ୍ଗା ଯାଉଛି। ବିପୁଳ ପରିମାଣର ଦେଶୀ ଚାଉଳି ମଦ ଜବତ  କରାଯାଇଛି। ଏ ପର୍ଯ୍ୟନ୍ତ ୮ ଜଣ ଗିରଫ ହୋଇଛନ୍ତି ।  ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି ।  

 ଚୋରା ଦେଶୀ ମଦ ବେପାର କରୁଥିବା ମାଫିଆର ଘର ଉପରେ ବୁଲଡୋଜର ଚାଲିଛି। ଅବକାରୀ ବିଭାଗ ଓ ଇଡକୋର ମିଳିତ ଟିମ୍ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। କିଛି ଦିନ ତଳେ ଅବକାରୀ ବିଭାଗ ସାଲିଆ ସାହିରୁ ହଜାର ହଜାର ଲିଟର ଦେଶୀ ମଦ,ପୋଚ ଜବତ କରିଥିଲା ।

ଅଧିକ ପଢ଼ନ୍ତୁ: ୩୧ ଯାଏଁ ପ୍ରବଳ ବର୍ଷିବ

ଏହା ପରେ କଡ଼ା କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇଛି। ଚୋରା ଦେଶୀ ମଦ ବେପାର କଲେ ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନଙ୍କ ସରକାରଙ୍କ ପକ୍ଷରୁ ଏକ ପ୍ରକାର ସଙ୍କେତ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ଅଜଣାଗାଡି ଧକ୍କାରେ ଚାଲିଗଲା ୧୪ ଗୋରୁଙ୍କ ଜୀବନ, ୨ ଗୁରୁତର