ବିଡିଏ, ବିଏମ୍‌ସି ପକ୍ଷରୁ ଜବରଦଖଲ ଉଚ୍ଛେଦ

ଖଣ୍ଡଗିରି : ବିଡିଏ ଓ ବିଏମ୍‌ସିର ମଳିତ ଅଭିଯାନରେ ସୋମବାର ସ୍ଥାନୀୟ ବରମୁଣ୍ଡା ମୌଜାରେ ଜବରଦଖଲ ହୋଇଥିବା ସରକାରୀ ଜମିରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଛି। ଏହି ପ୍ରକ୍ରିୟାରେ ବରମୁଣ୍ଡା ନିକଟସ୍ଥ ଭଗବତୀ ବସ୍ତିରୁ ମୋଟ୍‌ ୪୮୦୦ ର୍ବଗଫୁଟ୍‌ ସରକାରୀ ଜମି ଜବରଦଖଲ ମୁକ୍ତ ହୋଇଛି। ପୂର୍ବରୁ ଜବରଦଖଲକାରୀଙ୍କୁ ନୋଟିସ୍‌ କରାଯାଇଥିବାରୁ ବିନା ପ୍ରତିବାଦରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଟିଏ ଜେସିବି ମେସିନ୍‌ ସାହାଯ୍ୟରେ ୪ଟି ଆଜ୍‌ବେଷ୍ଟସ୍‌ ଘର ସମତେ ଏକ ନିର୍ମାଣାଧୀନ ଅସ୍ଥାୟୀ ଉଠା କାରଖାନା ଘରକୁ ଭାଙ୍ଗି ଦିଆଯାଇଛି। କିଛି ଦିନ ପୂର୍ବରୁ ଏହିଠାରେ ଥିବା ଅନ୍ୟ କିଛି ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇ ପ୍ରାୟ ୩ ହଜାର ବର୍ଗଫୁଟ୍‌ ଜମି ମୁକ୍ତ କରାଯାଇଥିଲା। ସମ୍ପ୍ରତି ଜବରଦଖଲ ମୁକ୍ତ କରାଯାଉଥିବା ସରକାରୀ ଜମିକୁ ପୁନଃ ଜବରଦଖଲ ହେବାରୁ ରୋକିବା ପାଇଁ ପାଚେରି ନିର୍ମାଣ ଦ୍ୱାରା ଆବଦ୍ଧ କରାଯାଉଛି। ତେଣୁ ଖୁବ୍‌ ଶୀଘ୍ର ଏହି ଜମିକୁ ପାଚେରି ଦ୍ୱାରା ଆବଦ୍ଧ କରାଯିବ ବୋଲି ବିଡିଏ କର୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର